28.1 C
Bhubaneswar
Friday, April 26, 2024
Homeଓଡିଶାଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟ ପକ୍ଷରୁ ଅନ୍‍ଲାଇନ୍‍ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା

ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟ ପକ୍ଷରୁ ଅନ୍‍ଲାଇନ୍‍ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ୱର – ସମ୍ପ୍ରତି କରୋନା ଜନିତ ସଙ୍କଟଜନକ ପରିସ୍ଥିତିରେ ଡିଏଭି ଆଞ୍ଚଳିକ
ନିର୍ଦ୍ଦେଶାଳୟ, ଓଡ଼ିଶା ଜୋନ୍‍-୧ ଆନୁକୂଲ୍ୟରେ ଦୁଇଦିନିଆ ଅନ୍‍ଲାଇନ୍‍ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା
ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଡିଏଭି ଶିକ୍ଷାନୁଷ୍ଠାନ ସମୂହର ପ୍ରାୟ ବାରଶହ ଶିକ୍ଷକ ଶିକ୍ଷୟିତ୍ରୀ
ପ୍ରତିଭାଗୀ ରୂପେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ଏ ନିଉ ଡାଇମେନ୍‍ସନ୍‍ ଟୁ ଟିଚିଙ୍ଗ୍‍ ଥ୍ରୋ ଡିଜିଟାଲକ୍ଲାସରୁମ୍‍, ବ୍ଲେଣ୍ଡେଡ୍‍ ଲର୍ଣ୍ଣିଂ , ଇଫେକ୍ଟିଭ୍‍ କମ୍ୟୁନିକେସନ୍‍ ସ୍କିଲ୍‍ସ,
ଇଣ୍ଟେଣ୍ଡେଡ୍‍ ଲର୍ଣ୍ଣିଂ ଆଉଟ୍‍କମସ୍‍,ମ୍ୟାନେଜିଙ୍ଗ ଷ୍ଟ୍ରେସ୍‍ ଆଣ୍ଡ ଇମ୍ପ୍ରୁଭିଙ୍ଗ ମେଣ୍ଟାଲ ହେଲ୍‍ଥ, ମାଇଣ୍ଡ୍‍ ମ୍ୟାପିଙ୍ଗ୍‍ ଆଦି ବହୁବିଧ ବିଷୟରେ ଶିକ୍ଷା
ବିଶାରଦମାନେ ଅତ୍ୟନ୍ତ ଚିତ୍ତାକର୍ଷକ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶ୍ରେଣୀକକ୍ଷରେ ଶିକ୍ଷକ
ଶିକ୍ଷୟିତ୍ରୀମାନେ ଏହି ଲବ୍‍ଧ ଶିକ୍ଷାଦାନକୁ ବିଦ୍ୟାର୍ଥୀଙ୍କ ନିକଟରେ ଉପଯୁକ୍ତ ଭାବେ ପ୍ରୟୋଗ କରିବା
ନିମନ୍ତେ ବଦ୍ଧପରିକର ହୋଇଥିଲେ । ଡିଏଭି ଜୋନ୍‍-୧ର ଆଞ୍ଚଳିକ ଅଧିକାରୀ ଡ. କେଶବ ଚନ୍ଦ୍ର
ଶତପଥୀଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ପ୍ରଶିକ୍ଷଣ କର୍ମଶାଳା ଉଦ୍‍ଯାପିତ ହୋଇଯାଇଛି ।

 
 
ସହ-ଆଞ୍ଚଳିକଅଧିକାରୀ ତଥା ଡିଏଭି ପୋଖରୀପୁଟର ଅଧ୍ୟକ୍ଷା ଡ. ସୁଜାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କର୍ମଶାଳା
ସୁଚାରୁରୂପେ ପୂର୍ଣ୍ଣ ସଫଳତାର ସହ ସମ୍ପାଦିତ ହୋଇଥିଲା । କର୍ମଶାଳା ପରିଶେଷରେ ବିଭିନ୍ନ ଡିଏଭି
ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଏହି ଅଭିନବ କର୍ମଶାଳାଦ୍ୱାରା ବିଶେଷ ଉପକୃତ ହେବା କଥା ବାର୍ତ୍ତା
ମାଧ୍ୟମରେ ପ୍ରକାଶ କରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking