32.1 C
Bhubaneswar
Thursday, March 28, 2024
Homeଓଡିଶାଜିଲ୍ଲା ସଭାପତି ଚୟନରେ ଅସନ୍ତୋଷ ହୋଇ ବିଜେପି ଛାଡିଲେ ଜଗନ୍ନାଥ

ଜିଲ୍ଲା ସଭାପତି ଚୟନରେ ଅସନ୍ତୋଷ ହୋଇ ବିଜେପି ଛାଡିଲେ ଜଗନ୍ନାଥ

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଲେ ଜଗନ୍ନାଥ ପ୍ରଧାନ । ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଇସ୍ତଫା ଦେବାର କାରଣ ସେ କହିଛନ୍ତି ଯେ, ସଭାପତି ଚୟନ ନେଇ ତାଙ୍କର କୌଣସି ପ୍ରକାର ମତାମତ ନିଆଯାଇନଥିଲା । ଏହି କାରଣ ଦର୍ଶାଇ ସେ ନିଜ ଇସ୍ତଫା ପତ୍ରକୁ ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଗତ ନିର୍ବାଚନରେ ଭୁବନେଶ୍ୱର ମଧ୍ୟରୁ ଜଗନ୍ନାଥ ପ୍ରାର୍ଥୀ ହୋଇଥିଲେ । ତେବେ ଆଜି ଭୁବନେଶ୍ବର ଓ କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେପି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଆଜି ବାବୁ ସିଂଙ୍କୁ ଭୁବନେଶ୍ୱର ବିଜେପି ସଭାପତି ଘୋଷଣା ହୋଇଥିବା ସୂଚନା ରହିଥିବା ବେଳେ ଆଡଭୋକେଟ ଦେବେନ୍ଦ୍ର ମହାନ୍ତି କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ହୋଇଥିବା ଘୋଷଣା ହୋଇଛି । ତେବେ ସ୍ୱାଭିମାନକୁ ଜଳାଞ୍ଚଳି ଦେଇ ରାଜନୀତି କରିହେବନାହିଁ ବୋଲି ସେ କହିଛନ୍ତି । ଏହା ଘୋଷଣା ହେବାର କିଛି ସମୟ ପରେ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking