34.1 C
Bhubaneswar
Wednesday, May 1, 2024
Homeଓଲିଉଡଓଲିଉଡ ଜଗତର ହେଲା ନୂଆ ଜନ୍ମ; ‘ଦମନ’ ଆଣିଲା ବିରାଟ ପରିଚୟ

ଓଲିଉଡ ଜଗତର ହେଲା ନୂଆ ଜନ୍ମ; ‘ଦମନ’ ଆଣିଲା ବିରାଟ ପରିଚୟ

୨୦୨୨ରେ ଓଡିଶାରେ ଅନେକ ଘଟଣା ଦୁର୍ଘଟଣା ଘଟିଛି । କେବେ ସୁଖ ତ କେବେ ଦୁଃଖ ଆଣି ଆସିଛି ଏମିତି କିଛି ଘଟଣା । କିନ୍ତୁ ଓଡିଶାର ସିନେଜଗତ ପାଇଁ ଏହି ବର୍ଷ ଦିନେ ଇତିହାସ ହୋଇ ରହିବ । କିଛି ବର୍ଷ ପରେ ୨୦୨୨ ନଭେମ୍ବର ୪ ତାରିଖରେ ରିଲିଜ ହୋଇଥିବା ଗୋଟିଏ ସିନେମାର ନାଁ ଇତିହାସରେ ଲେଖା ହେବା ଏକ ପ୍ରକାର ନିଶ୍ଚିତ । ସୁପରଷ୍ଟାର ବାବୁସାନ ଅଭିନୀତ ଫିଲ୍ମ ‘ଦମନ୍‌’ ଓଲିଉଡ ଇଣ୍ଡଷ୍ଟ୍ରିକୁ ଦେଇଛି ନୂଆ ପରିଚୟ । ଓଡିଆ ସିନେ ଦୁନିଆ ପାଇଁ ସୃଷ୍ଟି କରିଛି ନୂଆ ଦିଗନ୍ତ । ଯାହାକୁ ରାଜ୍ୟ ସରକାର ମଧ୍ୟ ଗ୍ରହଣ କରିଛନ୍ତି ।

ମାଲକାନାଗିରିର ଏକ ନିଚ୍ଛଟ କାହାଣୀକୁ ରୂପେଲି ପରଦାରେ ସ୍ଥାନ ଦେଇଛନ୍ତି ଦେବୀପ୍ରସାଦ ଲେଙ୍କା ଏବଂ ବିଶାଳ ମୌର୍ଯ୍ୟ । ସୁପରଷ୍ଟାର ବାବୁସାନଙ୍କ ସହ ଦୀପନ୍ୱିତ ଦାଶମହାପାତ୍ରଙ୍କୁ ନେଇ ପ୍ରସ୍ତୁତ ଫିଲ୍‌ମ ଦମନ । ଯାହା ଏବେ କେବଳ ଓଡିଶାରେ ନୁହେଁ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । କଲେକ୍ସନ ଲିଷ୍ଟରେ ସୁପରହିଟ ମୋଭି କାନ୍ତାରାକୁ ପଛରେ ପକାଇ ଦେଇଛି ବାବୁସାନଙ୍କ ଏହି ଫିଲ୍ମ । ମାଲକାନାଗିରିର ଏକ ଦୁର୍ଗମ ଅଞ୍ଚଳରେ ପୋଷ୍ଟିଂ ହୋଇଥିବା ଡାକ୍ତର ସିଦ୍ଧାର୍ଥଙ୍କ ଜୀବନୀ ଉପରେ ଆଧାରିତ ଏହି ସିନେମା । ଏଠାରେ ମ୍ୟାଲେରିଆ ନିରାକରଣ ପାଇଁ ସେ କରିଥିବା ପ୍ରତ୍ୟେକଟି ତ୍ୟାଗକୁ ଚଳଚ୍ଚିତ୍ରରେ ସ୍ଥାନ ଦିଆଯାଇଛି । ମ୍ୟାଲେରିଆ କବଳରୁ ସ୍ଥାନୀୟ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସିଦ୍ଧାର୍ଥ ଏବଂ ରବିନ୍ଦ୍ର(ଫାର୍ମାସିଷ୍ଟ) ପ୍ରାଣପଣେ ଚେଷ୍ଟା କରିଥିଲେ । ଯାହାର ପରିଣାମରେ ୩ ବର୍ଷ ଭିତରେ ଅଞ୍ଚଳର ମ୍ୟାଲେରିଆ ରୋଗ ୪୦% ରୁ ୪%କୁ ପହଞ୍ଚିଥିଲା ।

ନକ୍ସଲ ଏବଂ ମ୍ୟାଲେରିଆ ସହ ଲଢି ସିଦ୍ଧାର୍ଥ ବିଜୟ ହାସଲ କରିଥିଲେ । ସେହିପରି ବାବୁସାନଙ୍କ ଏହି ଚଳଚ୍ଚିତ୍ର ମଧ୍ୟ ସବୁ ରେକର୍ଡ ଭାଙ୍ଗି ସଫଳତାର ଚରମ ସୀମାରେ ପହଞ୍ଚିଛି । ଏମିତିକି ରାଜ୍ୟ ସରକାର ମଧ୍ୟ ଏହାକୁ ଟାକ୍ସ-ଫ୍ରି ଭାବେ ଘୋଷଣା କରିଛନ୍ତି । ବାବୁସାନ ଏବଂ ଦୀପନ୍ୱିତଙ୍କ ଅଭିନୟକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହା ସହିତ ରାଜ୍ୟ ବାହାରେ ମଧ୍ୟ ଦମନ ସିନେମାକୁ ଖୁବ ସଫଳତା ମିଳିଛି ।

ସିନେମାରେ ବାବୁସାନ ଏବଂ ଦୀପନ୍ୱିତ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ କାହାଣୀ ଏବଂ ନିର୍ଦ୍ଦେଶନାରେ ରହିଛନ୍ତି ଦେବୀପ୍ରସାଦ ଲେଙ୍କା ଏବଂ ବିଶାଳ ମୌର୍ଯ୍ୟ । ଦିପେନ୍ଦ୍ର ସାମଲ ଏହି ସିନେମାର ପ୍ରଯୋଜନା ଭାର କାନ୍ଧକୁ ନେଇଛନ୍ତି । ସେହିପରି ସଂଗୀତ ଦାୟିତ୍ୱରେ ଗୌରବ ଆନନ୍ଦ ଥିବା ବେଳେ ବାବୁସାନ, ଋତୁରାଜ ମହାନ୍ତି ଏବଂ ଗୌରବ ଆନନ୍ଦ ଗୀତଗୁଡିକରେ କଣ୍ଠଦାନ କରିଛନ୍ତି । ପ୍ରଥମ ଓଡିଆ ସିନେମା ଭାବେ ଏହା କାନ୍ତାରା ଏବଂ କେଜିଏଫ ଭଳି ସିନେମାର ରେକର୍ଡ ଭାଙ୍ଗି ସାରିଛି । ଏହାଛଡା ଆଇଏମଡିବିରେ ମଧ୍ୟ ସିନେମାକୁ ୯.୩ ରେଟିଂ ମିଳିଛି । ଏତେ ସବୁ ସଫଳତା ପରେ ଏବେ ବକ୍ସ ଅଫିସରେ ରାଜ କରୁଛଇ ବାବୁସାନଙ୍କ ସିନେମା ଦମନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking