ଯାଜପୁର: ଦହିବରା ଖାଇବା ହେଲା କାଳ । ଦହିବରା ନେଇଗଲା ବୃଦ୍ଧାଙ୍କ ଜୀବନ । ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁରରେ ଦହିବରା ଖାଇ ଜଣକର ମୃତ୍ୟୁ ହୋଇଥିବା ବେଳେ ୭୬ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩୯ଜଣ ଶିଶୁ ଅଛନ୍ତି। ଆକ୍ରାନ୍ତଙ୍କର ଜ୍ୱର ଓ ଝାଡାବାନ୍ତି ରୋଗର ଲକ୍ଷଣ ଦେଖାଦେଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦଶରଥପୁର ବ୍ଲକ ଜୟନ୍ତରା ପଂଚାୟତ ପାଟପୁର ଗାଁରେ କିଛି ପରିବାର ଜଣେ ଦହିବରା ବିକାଳି ଠାରୁ ଦହିବରା ଖାଇଥିଲେ। ଅନ୍ୟପଟେ ଦହିବରା ବ୍ୟବସାୟୀ ଙ୍କୁ ମଙ୍ଗଳପୁର ପୋଲିସ ଅଟକ ରଖିଥିବା ଜଣାପଡିଛି। ଅଟକ ଦହିବରା ବିକାଳି ହେଲେ ଝୁମ୍ପୁରୀ ଅଞ୍ଚଳର ଗୁରୁଡ଼ା ସାହୁ। ଶନିବାର ସୁଚନାନୁଯାୟୀ, ଦହିବରା ଖାଇଲେ, ଅସୁସ୍ଥ ହୋଇଗଲେ । ଦହିବରା ଖାଇ ୨୦ରୁ ଊର୍ଦ୍ଧ୍ବ ଅସୁସ୍ଥ । ସମସ୍ତଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅସୁସ୍ଥ ୨୦ ଜଣ ପାଟପୁର ଗାଁର । ପାଟପୁର ଅଞ୍ଚଳରେ ଦହିବରା ଖାଇ ଅପରାହ୍ନରେ ଅସୁସ୍ଥ ହୋଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ସେମାନଙ୍କୁ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ଗୁରୁତରଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୬ରୁ ଉର୍ଦ୍ଧ୍ବ ଶିଶୁ ଥିବା ସୂଚନା ।










