29.1 C
Bhubaneswar
Saturday, April 27, 2024
Homeଓଡିଶାସାଇବର ଠକେଇ ର ନୂଆ ଫର୍ମୁଲା; ବାଇକ ଦେବା ନା ରେ ନିରୀହ ଆଦିବାସୀ ଯୁବକଙ୍କ...

ସାଇବର ଠକେଇ ର ନୂଆ ଫର୍ମୁଲା; ବାଇକ ଦେବା ନା ରେ ନିରୀହ ଆଦିବାସୀ ଯୁବକଙ୍କ ଠୁ ଲୁଟିନେଲ 32 ହଜାର ଟଙ୍କା

ମାଲକାନଗିରି- କରୋନା କାଳରେ ନୂଆ ଠକେଇ l ମାତିଛନ୍ତି ସାଇବର ଲୁଟେରା l ନୂଆ ନୂଆ ତରିକାରେ ନିରୀହ ଲୋକଙ୍କ ଠାରୁ ଲୁଟିନେଉଛନ୍ତି ଟଙ୍କାl  ଏବେ  ଫେସବୁକ ରେ ନିରୀହ ଆଦିବାସୀ ଲୋକଙ୍କ ସରଳତାର ଫାଇଦା ଉଠାଇ  ଅର୍ଥ ଗାୟବ କରୁଛି ସାଇବର ଲୁଟେରା l  ବାଇକ ଦେବା  ନାଁରେ ଆଦିବାସୀ ଯୁବକଙ୍କ ଠାରୁ ଠକିନେଲେ 32000 ଟଙ୍କା

ଠକାମୀର ଚକ୍ରବୀହୁରେ ଫସିଲେ ମାଲକାନଗିରି ଜିଲ୍ଲା ମାଥିଲି  ବ୍ଲକ କତ୍ରିମାଝୀଗୁଡା ଗାଁର ବିଜୟ କୁମାର ଗଣତ  ! କିଛିଦିନ ତଳେ ବିଜୟ ନିଜ ଫେସବୁକ ଆକାଉଣ୍ଟରେ ଚିତ୍ତରଞ୍ଜନ ବିଶ୍ୱାଳ ନାମକ ଏକ ବ୍ୟକ୍ତି ନିଜ ବlଇକ 32000 ହଜାର ଟଙ୍କାରେ ବିକ୍ରି କରିବେ ବୋଲି ନିଜ ଫେସବୁକ ଆକାଉଣ୍ଟରେ
ଉଲେକ୍ଷ କରିଥିଲେ l ଏହି ପୋଷ୍ଟକୁ ବିଜୟ ଦେଖିବା ମାତ୍ରେ ଚିତ୍ତରଞ୍ଜନ ଦେଇଥିବା ଫୋନ no ରେ ଯୋଗଯୋଗ କରିଥିଲେ ଓ ସେ ଗାଡି କିଣିବା ପାଇଁ ଆଗ୍ରହ ବୋଲି କହିଥିଲେ l ପରେ ବିଜୟ ଚିତ୍ତରଞ୍ଜନ ଙ୍କୁ ନିଜ ପ୍ରମାଣ ପତ୍ର ମାଗିଥିଲେ ପରେ ଲୁଟେରା ଜଣକ ନିଜକୁ CISF  ରେ କାଯ୍ୟରତ ଯବାନ ବୋଲି କହିଥିଲେ ଓ ପ୍ରଥମେ ଗାଡି ରେଜିଷ୍ଟ୍ରସନ ପାଇଁ ଠକ ଜଣକ ଦେଇଥିବା ଆକାଉଣ୍ଟ ରେ   2150 ଟଙ୍କା ମାଗିଥିଲେ ପରେ ବିଜୟ ନିଜ ଗୁଗୁଲ ପେ ଜରିଆରେ ପଇସା ପଠାଇଥିଲେ ଓ ତାଙ୍କ ମୋବଇଲ କୁ ଏକ ଜାଲ ଗାଡି ରେଜିଷ୍ଟ୍ରସନ କାଗଜ ପତ୍ର ପଠାଇଥିଲେ l ପରେ ବିଜୟ ଠକର କଥାରେ ପଡି 32000 ହଜାର ଟଙ୍କା ଠକ ଦେଇଥିବା ଆକାଉଣ୍ଟ ରେ ପଠାଇଥିଲେ l କିନ୍ତୁ ସପ୍ତାହେ ପରେ  କୌଣସି ବଇକ ଆସିନଥିଲା l ପୁଣି ବାରମ୍ବାର ଠକ କଲ କରି ଆହୁରି ଅର୍ଥ ଦେବାକୁ ହେବ ବୋଲି କହିଥିଲେ l ଅର୍ଥ ନଥିବାରୁ ଆଉ କିଛି କରିନପାରି ଚୁପ ହୋଇପଡିଥିଲେ ବିଜୟ l ଆହୁରି ଅର୍ଥ ପଇଠ ନକଲେ ଆଗରୁ ଦେଇଥିବା ଅର୍ଥ ଓ ବାଇକ ମିଳିବ ନାହିଁ ବୋଲି ଆଦିବାସୀ ଯୁବକଙ୍କୁ ଚେତାବନୀ ଦେଇଥିଲା ଠକ l ଏପଟେ ଗରିବ ଶ୍ରେଣୀର ପରିବାର ହୋଇଥିବାରୁ ସଞ୍ଚୟ ଟଙ୍କା ପୁଅ ବାନ୍ଧି ଦେବା ପରେ ଘରର ଅନ୍ୟ କାମ ସବୁ ବନ୍ଦ ହୋଇଯାଇଥିବା କହିଛନ୍ତି ବିଜୟ ଙ୍କ ବାପା ଜେସୁ ଗଣତl ମାଥିଲି ଥାନା ରେ ଏ ନେଇ ଅଭିଯୋଗ କରିଛନ୍ତି ବିଜୟ l

ବାରମ୍ୱାର ମାଲକାନଗିରି ଜିଲ୍ଲାରେ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି l ନିରୀହ ଲୋକଙ୍କୁ ଲୋଭ ଦେଖାଇ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ସାଇବର ଲୁଟେରା l ଏଥିପ୍ରତି ପୋଲିସ ଓ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବୀ ହୋଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking