ମାଲକାନଗିରି: ଜୁଲାଇ ୧୩ ତାରିଖରେ ନିଜ ଚାଷ ଜମିରେ ଚାଷ କରୁଥିବା ବେଳେ ହ୍ୟାଣ୍ଡ ଟ୍ରାକଟର ତଳେ ଚାପି ହୋଇ ନିଜ ବାମ ଗୋଡ ସମ୍ପୂର୍ଣ୍ଣ ହରାଇଥିଲେ ପଡିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମ୍ ଭି ୫୬ ଗ୍ରାମର ସୁଜନ ବିଶ୍ୱାସ। ଯବାନ ପୁଅକୁ ନେଇ ବୃଦ୍ଧ ପିତାମାତା ମାଲକାନାଗିରି ରୁ ଆନ୍ଧ୍ରପ୍ରଦେଶ ର ବିଭିନ୍ନ ଡାକ୍ତରଖାନା କୁ ନେଇ ନିଜ ପୁଅର ଚିକିତ୍ସା କରାଇ ନିଶ୍ଵ ହୋଇପଡ଼ିଲେ। ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଥିବା କେଇ ଡେସିମିଲ ଜମିକୁ ବିକି ପରିବାର ଲୋକ ସୁଜନ ର ଜୀବନ ବଞ୍ଚେଇ ଥିଲେ ମଧ୍ୟ ବାମ ଗୋଡକୁ ସମ୍ପୂର୍ଣ୍ଣ କାଟିବାକୁ ପଡିଥିଲା। ଅର୍ଥ ଅଭାବ ଯୋଗୁଁ ବୃଦ୍ଧ ପିତାମାତା ସୁଜନ କୁ ଧରି ନିଜ ଗ୍ରାମ ଏମଭି୫୬ ଆସି ଭାଗବାନ ଙ୍କ ଭରସାରେ ପଡି ରହିଥିଲେ । ଜୀବନ ବଞ୍ଚିଥିଲେ ମଧ୍ୟ ଆଉ କେବେ ପାଦରେ ଚାଲିବାର ସବୁ ଆଶା କ୍ଷୀଣ ହୋଇଗଲା। ଏତିକି ବେଳେ ଆଉ ଏକ ନୂତନ ଆଶାର ବାଡ଼ି ଧରି ପହଞ୍ଚିଥିଲେ ମାଲକାନାଗିରି ଜିଲ୍ଲା ପୋଲିସ ରେ କାର୍ଯ୍ୟରତ ମହିଳା ଏସ୍ ଆଇ ଶୁଭଶ୍ରୀ ନାୟକ। ଆଜି ଶୁଭଶ୍ରୀ ଏମଭି୫୬ ସ୍ଥିତ ସୁଜନ ଙ୍କ ଘରେ ପହଞ୍ଚି ତାଙ୍କୁ ଭେଟିବା ସହ ଆଗାମୀ ଦିନରେ ଚିକିତ୍ସା ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବା ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ସୁଜନ ର ମେଡିକାଲ ରିପୋର୍ଟ କୁ ଦେଖିବା ସହ ଜିଲ୍ଲା ଓ ରାଜ୍ୟ ଦିବ୍ୟାଙ୍ଗ କମିଟିର ଅଧିକାରୀଙ୍କ ସହ ଆଲୋଚନା କରି ଗୋଡର ଚିକିତ୍ସା କରିବା ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇଦେବାକୁ କହିଥିଲେ।ଲକ୍ ଡାଉନ ବେଳେ ଡ୍ୟୁଟି ରେ ରହି ଅସହାୟ ବୃଦ୍ଧା ଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇବା ସହ ଜଣେ ନାରୀଙ୍କ ସ୍ନେହବୋଳା ଚରିତ୍ର କୁ ନେଇ ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚା ସ୍ରୁଷ୍ଟି କରିଥିଲେ ଏହି ମହିଳା ଏସ୍ ଆଇ ଶୁଭଶ୍ରୀ ନାୟକ। ଏଥିସହ ବିଭିନ୍ନ ସମାଜିକ ଗଣମାଧ୍ୟମରେ ଚର୍ଚାର ଶିଖର ଛୁଇଁଥିବା ବେଳେ ଦକ୍ଷୀଣ ସୁପରଷ୍ଟାର ଚିରଞ୍ଜୀବ୍ ମଧ୍ୟ ଶୁଭଶ୍ରୀଙ୍କୁ ପ୍ରଶଂସା କରିଥିଲେ। ମାଲକାନାଗିରି ଜିଲ୍ଲା ପୋଲିସ ରେ କାର୍ଯ୍ୟରତ ଜଣେ ମହିଳା ପୋଲିସ ଏସ୍ ଆଇ ଙ୍କ ଏଭଳି କାମ ପୋଲିସ କେବଳ ଡ୍ୟୁଟି ନୂହେଁ ସମାଜିକ କାର୍ଯ୍ୟରେ ମଧ୍ୟ ନିୟୋଜିତ ହୋଇଛନ୍ତି l