30.1 C
Bhubaneswar
Sunday, May 26, 2024
Homeଅପରାଧପୁଣି ମାତିଲେ ସାଇବର ଠକ : ୧ଟଙ୍କା ପଠାଇ, ୧ଲକ୍ଷ ୨୧ହଜାର ଗାଏବ

ପୁଣି ମାତିଲେ ସାଇବର ଠକ : ୧ଟଙ୍କା ପଠାଇ, ୧ଲକ୍ଷ ୨୧ହଜାର ଗାଏବ

ନୂଆପଡା :  ଅନ୍‌ଲାଇନ୍ କିଣାବିକା ସଂସ୍ଥା ଓଏଲ୍‌ଏସ୍କରେ ବୁଲେଟ୍ ବିକ୍ରି କରିବାକୁ ଯାଇ ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି । ଏପରି ଘଟଣା ଘଟିଛି କୋମନା ଗାଁ’ର ସହାରୁଖ ଖାନ ନାମକ ଜଣେ ଯୁବକ ନିଜର ବୁଲେଟ ବିକ୍ରି କରିବାକୁ ଓଏଲଏସ୍କରେ ଗାଡି ଫଟୋ ସହିତ ସମ୍ପୂର୍ଣ୍ଣ ତଥ୍ୟ ଛାଡ଼ିଥିଲେ । ଏହାକୁ ଦେଖି ଅନ୍ୟ ଜଣେ ବ୍ୟକ୍ତି ନିଜକୁ ସେନାବାହିନୀରେ କାମ କରୁଥିବା ପରିଚୟ ଦେଇ ଗାଡ଼ି କିଣିବାକୁ ସହମତି ପ୍ରକାଶ କରିଥଲେ । ୯୦ ହଜାର ଟଙ୍କାରେ ବିକ୍ରି କରିବାକୁ ଗାଡ଼ିର ମୂଲ୍ୟ ଚୂଡ଼ାନ୍ତ ହେଲା । କ୍ରେତା ପ୍ରଥମେ ୫ ହଜାର ଟଙ୍କା ଆଗ୍ରୀମ ଦେବାକୁ କହିଥିଲେ । ଏହା ଦେବାକୁ ଏକ କ୍ଲିୟର କୋର୍ଡ ପଠାଇଥିଲେ ।

ସେଥିରେ ପ୍ରଥମେ ସହାରୁଖକୁ ୧ ଟଙ୍କା ପଠାଇବାକୁ ଅନୁରୋଧ କରିଥିଲେ । ୧ ଟଙ୍କା ପଠାଇଲେ କିଛି ସମୟ ମଧ୍ୟରେ ସହାରୁଖ ଖାନଙ୍କ ଏକାଉଣ୍ଟରେ ଥିବା ୧ଲକ୍ଷ ୨୧ ହଜାର ଟଙ୍କା ଗାୟବ ହୋଇଯାଇଥିଲା । ଏହାପରେ ଗାଡି କିଣିବା ପାଇଁ ଯୋଗାଯୋଗ କରୁଥିବା ସେହି ନମ୍ବର ସୁଇଚଅଫ୍ ହୋଇଯାଇଥିଲା । ଏହାପରେ ସହାରୁଖ ଖାନ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସାଇବର ଠକେଇ ପ୍ରତି ସମସ୍ତ ଜନସାଧରଣ ସତର୍କ ରହିବାକୁ ଏସ୍‌ପି ରାହୁଲ ଜୈନ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking