40.1 C
Bhubaneswar
Monday, June 17, 2024
Homeଦେଶ ବିଦେଶପୂଜକର କଳା କାରନାମା, ବାଥରୁମ୍ ଭିତରେ ଲୁଚାଇଥିଲା କ୍ୟାମେରା

ପୂଜକର କଳା କାରନାମା, ବାଥରୁମ୍ ଭିତରେ ଲୁଚାଇଥିଲା କ୍ୟାମେରା

ଲକ୍ଷ୍ନୌ: ମନ୍ଦିର ପୂଜାରୀର କଳା କାରନାମା । ଧର୍ମାଶୋକରୁ ପାଲଟିଲା ଚଣ୍ଡାଶୋକ । ପୂଜକ ନାଁରେ ରହିଛି ସାଙ୍ଘାତିକ ଅଭିଯୋଗ । ଛାତ ନ ଥିବା ମହିଳାଙ୍କ ବାଥରୁମରେ ଅଭିଯୁକ୍ତ ପୂଜାରୀ ଜଣକ ସିସିଟିଭି କ୍ୟାମେରା ଲଗାଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ଫେରାର ଅଛି ପୂଜାରୀ । ପୋଲିସର କହିବାନୁସାରେ, ଗାଜିଆବାଦ ମୁରଦନଗର ଗଙ୍ଗା କେନାଲ ନିକଟରେ ରହିଛି ଏହି ମନ୍ଦିର । ମନ୍ଦିର ନିକଟରେ ଥିବା କେନାଲରେ ବୁଡ଼ ପକାଇବା ପରେ ଶ୍ରଦ୍ଧାଳୁମାନେ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରନ୍ତି । ପୂଜାରୀର କଳା କାରନାମା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଜଣେ ମହିଳାଙ୍କ ନଜର ବାଥରୁମରେ ଲାଗିଥିବା ସିସିଟିଭି କ୍ୟାମେରା ଉପରେ ପଡି଼ଥିଲା । ଗତ ମେ ୨୧ ତାରିଖରେ ଜଣେ ମହିଳା ନିଜ ଝିଅ ସହ ମନ୍ଦିରକୁ ଆସିଥିଲେ । ମନ୍ଦିର ପରିସରରେ ଏକ ବାଥରୁମ ରହିଥିଲା । ଯାହାକି ମହିଳାଙ୍କ ବ୍ୟବହାର ଲାଗି ଉଦ୍ଦିଷ୍ଟ ଥିଲା ।

ମହିଳା ଜଣକ ଦେଖିଥିଲେ ଯେ ଏକ ସିସିଟିଭି କ୍ୟାମେରା ଛାତ ନଥିବା ବାଥରୁମ ଦିଗକୁ ଲଗାଯାଇଛି । ଏହି ବାଥରୁମରେ ମହିଳାମାନେ ନିଜର ପୋଷାକ ପରିବର୍ତ୍ତନ କରିଥାନ୍ତି । ଏହା ପରେ ମହିଳା ଜଣକ ମନ୍ଦିର ମହନ୍ତ ଗୋସ୍ୱାମୀଙ୍କୁ ସିସିଟିଭି କ୍ୟାମେରା ନେଇ ପ୍ରଶ୍ନ କରିଥିଲେ । ଏହାପରେ ପୂଜାରୀ ଜଣକ କ୍ରୋଧିତ ହୋଇ ତାଙ୍କୁ ଗାଳିଗୁଲଜ କରିଥିଲେ । ଏପରିକି ତାଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିବା ଡିସିପି ବିବେକ ଚନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ଡିସିପିଙ୍କ କହିବାନୁସାରେ ସିସିଟିଭି କ୍ୟାମେରାର ଡିସପ୍ଲେ ପୂଜାରୀର ମୋବାଇଲ ଫୋନ ସହ ଲିଙ୍କ ଥିଲା । ଅଭିଯୋଗ ପାଇବା ପରେ ମୁରଦନଗର ପୋଲିସ ଶୁକ୍ରବାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯେତେବେଳେ ପୋଲିସ ଟିମ ପୂଜାରୀକୁ ଗିରଫ କରିବା ଲାଗି ମନ୍ଦିରରେ ପହଞ୍ଚିଥିଲେ, ସେତେବେଳେ ସେଠାରେ ନଥିଲା ପୂଜାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking