30.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶଅଭିଯୁକ୍ତକୁ ଗିରଫ ପାଇଁ ଏମ୍ସର ଜରୁରୀକାଳୀନ ୱାର୍ଡ ଭିତରେ ପଶିଲା ପୁଲିସ୍‌ ଜିପ

ଅଭିଯୁକ୍ତକୁ ଗିରଫ ପାଇଁ ଏମ୍ସର ଜରୁରୀକାଳୀନ ୱାର୍ଡ ଭିତରେ ପଶିଲା ପୁଲିସ୍‌ ଜିପ

ନୂଆଦିଲ୍ଲୀ : ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ର ତତ୍ପରତା ଏବେ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ମଙ୍ଗଳବାର ଋଷିକେଶ ଏମ୍ସର ଜରୁରୀକାଳୀନ ୱାର୍ଡକୁ ଗାଡ଼ି ନେଇ ପଶି ଯାଇଥିଲା। ଜଣେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯାତନା କରିଥିବା ଅଭିଯୁକ୍ତ ଜଣେ ନର୍ସିଂ ଅଧିକାରୀଙ୍କୁ ଗିରଫ କରିବାକୁ ଏହି ତତ୍ପରତା ପ୍ରକାଶ କରିବା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତ ୧୯ ତାରିଖରେ ଏମ୍ସ ଋଷିକେଶର ଅପରେଶନ ଥିଏଟରରେ ସର୍ଜରୀ ଚାଲିଥିଲା । ଏହି ସମୟରେ ସର୍ଜରୀ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କ ସହିତ ନର୍ସିଂଗ ଅଧିକାରୀ ସତୀଶ କୁମାରଙ୍କ ଯୁକ୍ତିତକ୍ତ ହୋଇଥିଲା । ଏହି ମାମଲାକୁ ନେଇ ବିରୋଧରେ ହସ୍ପିଟାଲର ଡାକ୍ତରମାନେ ଆନ୍ଦୋଳନ କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏମ୍ସର ଡାକ୍ତର ଡୀନ କାର୍ଯ୍ୟାଳୟ ଘେରାଉ କରିଥିଲେ । ମାମଲାକୁ ନେଇ ପୁଲିସ ଅଭିଯୁକ୍ତ ନର୍ସିଂଗ ଅଫିସର ସତୀଶ କୁମାରଙ୍କ ବିରୋଧରେ ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲେ । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ହସ୍ପିଟାଲ ପହଞ୍ଚିଥିଲା । ଏହି ସମୟରେ ବ୍ୟାପକ ସୁରକ୍ଷା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ପରିସ୍ଥିତି ଦେଖି ପୁଲିସ ଜରୁରୀକାଳୀନ ୱାର୍ଡ ଭିତରକୁ ଜିପ୍‌କୁ ପ୍ରବେଶ କରାଇଥିଲା । ଏହି ସମୟରେ ସୁରକ୍ଷା କର୍ମୀ ସିଟି ବଜାଇ ରୋଗୀଙ୍କ ଷ୍ଟ୍ରେଚର ହଟାଉଥିଲେ । ୱାର୍ଡରେ ପୁଲିସର ଜିପ୍ ଦେଖି ରୋଗୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking