40.1 C
Bhubaneswar
Sunday, June 16, 2024
Homeଓଡିଶାଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ବୁଲେଟ ଟ୍ରେନ ଭଳି ବିକାଶ ହେବ: ଯୋଗୀ ଆଦିତ୍ୟନାଥ

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ବୁଲେଟ ଟ୍ରେନ ଭଳି ବିକାଶ ହେବ: ଯୋଗୀ ଆଦିତ୍ୟନାଥ

ଚିଲିକା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୁବନେଶ୍ୱରରେ ପହଂଚିବା ପରେ ଚିଲିକା ବିଧାନସଭା କ୍ଷେତ୍ର ବାଣପୁର ଯାଇ ଆୟୋଜିତ ନିର୍ବାଚନୀ ସଭାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ଯୋଗୀ । ୟୁପିରେ ଡବଲ ଇଞ୍ଜିନ ସରକାରକୁ କିଭଳି ଲାଭ ମିଳିଛି ତାହା ବଖାଣିଛନ୍ତି ଯୋଗୀ । ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଏଠାରେ ମଧ୍ୟ ଡବଲ ଇଞ୍ଜିନ ସରକାର ହେଉ । ଓଡ଼ିଶାରେ ନବୀନ ସରକାର ମୋଦୀଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାଁନ୍ତି । ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ଚିଲିକା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ବିପୁଳ ଭୋଟରେ ବିଜୟ କରିବାକୁ ଆହ୍ୱାନ ଦେଇଛନ୍ତି ଯୋଗୀ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ବିକାଶ ବୁଲେଟ ଟ୍ରେନ ଭଳି ହେବ ବୋଲି ଯୋଗୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking