36.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶବାର୍ଡ ଫ୍ଲୁ ଆତଙ୍କ ; ୯୨୦ପକ୍ଷୀଙ୍କୁ ହତ୍ୟା

ବାର୍ଡ ଫ୍ଲୁ ଆତଙ୍କ ; ୯୨୦ପକ୍ଷୀଙ୍କୁ ହତ୍ୟା

ନୂଆଦିଲ୍ଲୀ : ପୁଣି ଫେରୁଛି ବାର୍ଡ ଫ୍ଲୁ ଆତଙ୍କ । ଦିନକୁ ଦିନ ଆତଙ୍କ ଖେଳାଉଛି ବାର୍ଡ ଫ୍ଲୁ । ସେଥିପାଇଁ ୯୨୦ଟି ପକ୍ଷୀଙ୍କୁ ହତ୍ୟା କରାଯାଇଛି । ସୂଚନା ଅନୁସାରେ, ଝାଡଖଣ୍ଡ ରାଞ୍ଚିରେ ପୁଣି ବାର୍ଡ ଫ୍ଲୁ ଆତଙ୍କ ଦେଖିବାକୁ ମିଳିଛି । ବାର୍ଡ ଫ୍ଲୁରେ ୯୨୦ଟି ପକ୍ଷୀଙ୍କୁ ହତ୍ୟା କରାଯାଇଛି ସେମାନଙ୍କ ମଧ୍ୟରୁ ୭୭୦ଟି ବତକ ରହିଥିଲେ । ପକ୍ଷୀଙ୍କ ସହିତ ୪ ହଜାରରୁ ଅଧିକ ଅଣ୍ଡାକୁ ମଧ୍ୟ ନଷ୍ଟ କରାଯାଇଛି । ବାର୍ଡ ଫ୍ଲୁ ପାଇଁ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି । ଯେତେବେଳେ ପକ୍ଷୀଙ୍କର ନମୁନା ଏନଆଇଏଚଏସଏଡିକୁ ପଠାଯାଇଥିଲା ସେତେବେଳେ ବାର୍ଡ ଫ୍ଲୁ ର ଭୂତାଣୁ ହୋଇଛି ବୋଲି ଜଣାପଡିଥିଲା । ଏହି ଭୂତାଣୁ ପକ୍ଷୀମାନଙ୍କ ଠାରୁ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ବ୍ୟାପିଥାଏ । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଯେଉଁ ବି ପକ୍ଷୀ କି ଗୃହପାଳିତ ପଶୁ ବାର୍ଡ ଫ୍ଲୁ ସଂକ୍ରମିତ ହୋଇଥିବା ପକ୍ଷୀ ସଂସ୍ପର୍ଶରେ ଆସିବ ତେବେ ସେ ମଧ୍ୟ ଏହି ରୋଗରେ ସଂକ୍ରମିତ ହୋଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking