40.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶପ୍ରବଳ ଖରାରେ ସିଝୁଛନ୍ତି ଦିଲ୍ଲୀବାସୀ

ପ୍ରବଳ ଖରାରେ ସିଝୁଛନ୍ତି ଦିଲ୍ଲୀବାସୀ

ନୂଆଦିଲ୍ଲୀ : ଅସହ୍ୟ ତାତି , ପ୍ରଚଣ୍ଡ ଗରମ । ଦେଶର ଅନେକଗୁଡ଼ିଏ ରାଜ୍ୟରେ ଜାରି ରହିଛି ଗୀଷ୍ମପ୍ରବାହ । ରାଜସ୍ଥାନରେ ସର୍ବାଧିକ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିସାରିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଆହୁରି ପ୍ରବଳ ଖରା ଓ ଗରମ ଅନୁଭୂତ ହେବ। ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଜାରି କରିଛି । ରାଜସ୍ଥାନ, ପଂଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ ଓ ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରବଳ ଖରା ଅନୁଭୂତ ହେବ। ପ୍ରବଳ ଗରମ ଓ ଅଂଶୁଘାତକୁ ନେଇ ସମସ୍ୟା ଦେଖାଯାଇପାରେ। ଚଣ୍ଡୀଗଡ଼ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଚେତାବନୀ ଜାରି କରିଛି । କୃଷି ବିଶେଷଜ୍ଞ ଅନୁସାରେ ରାତିରେ ତାପମାତ୍ରା ସାମାନ୍ୟ ଅଧିକ ରହିବ । ଏହା ଫସଲକୁ କ୍ଷତି ପହଞ୍ଚାଇପାରେ। ମେ’ ୨୫ରୁ ୯ ଦିନ ଯାଏଁ ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଭୟଙ୍କର ଗରମ ମୌସୁମୀ ଆସିବାରେ ସହାୟକ ହୋଇପାରିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking