40.1 C
Bhubaneswar
Monday, June 17, 2024
Homeଦେଶ ବିଦେଶଗେମିଂ ଜୋନ୍‌ରେ ନିଆଁ ଲାଗି ଚାଲିଗଲା ୨୦ଜଣଙ୍କ ଜୀବନ

ଗେମିଂ ଜୋନ୍‌ରେ ନିଆଁ ଲାଗି ଚାଲିଗଲା ୨୦ଜଣଙ୍କ ଜୀବନ

ରାଜକୋଟ: ଗୁଜୁରାଟର ରାଜକୋଟରେ ଥିବା ଗେମିଂ ଜୋନରେ ଲାଗିଲା ନିଆଁ । ଚାଲିଗଲା ୨୦ଜଣଙ୍କର ଜୀବନ । ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁ ଅଛନ୍ତି ବୋଲି ସୂଚନା ମିଳିଛି । ଏହି ଘଟଣା ଶନିବାର ସନ୍ଧ୍ୟାରେ ଘଟିଥିବା ବେଳେ ରାଜକୋଟ ପୁଲିସ କମିଶନର ଅଗ୍ନିକାଣ୍ଡର କାରଣ ଖୋଜୁଥିବା କହିଛନ୍ତି । ଏହି ଘଟଣା ପରେ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ଏକ ବାର୍ତ୍ତା ଜାରି କରାଯାଇଛି ବୋଲି ପୁଲିସ କମିଶନର କହିଛନ୍ତି । ପୂରା ଗେମିଂ ଜୋନ ଜଳି ଯାଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

ଏହି ଘଟଣାରେ ୧୦ଜଣ ଆହତ ହୋଇଥିବା ବେଳେ ହଠାତ୍ ଏଭଳି ନିଆଁ କିଭଳି ଲାଗିଲା, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ରହିଛି । ଅନ୍ୟପକ୍ଷରେ ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି, “ରାଜକୋଟରେ ଥିବା ଗେମିଂ ଜୋନରେ ଘଟିଥିବା ଅଗ୍ନିକାଣ୍ଡରେ ତୁରନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking