28.1 C
Bhubaneswar
Thursday, May 2, 2024
Homeଓଡିଶାମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ : ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ 

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ : ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ 

କଟକ : ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ବିବାଦ ବଢିବାରେ ଲାଗିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ କଟକର ପୂଜା କମିଟିଗୁଡ଼ିକ ବିରୋଧ କରୁଥିବାବେଳେ ମୁହାଁମୁହିଁ ହୋଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ବିଜେଡ଼ି ନେତା ଦେବାଶିଷ ସାମନ୍ତରାୟ । ଅନ୍ୟପକ୍ଷରେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିଛି ବିଜେପି । ଦଳ ପକ୍ଷରୁ ଆସନ୍ତାକାଲି କଟକ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଳନ କରାଯିବ ।

ତେବେ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଉପାୟରେ ବନ୍ଦ ପାଳନ କରାଯିବ ଓ ଜଳାପୋଡ଼ା ଓ ରାସ୍ତାରୋକ କରାଯିବ ନାହିଁ । ବନ୍ଦରେ ସାମିଲ ହେବା ପାଇଁ ମାଲଗୋଦାମ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଆହ୍ବାନ ଜଣାଇଛି ବିଜେପି । ତେବେ ବନ୍ଦ ବେଳେ ଜରୁରିକାଳୀନ ସେବାଗୁଡ଼ିକ ଯଥାରୀତି ଜାରି ରହିବ । ସୂଚନାଯୋଗ୍ୟ, ପାର୍ବଣ ଋତୁରେ ମୂର୍ତ୍ତିଗୁଡ଼ିକର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ବୋଲି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଗତ କାଲି ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ହୋହଲ୍ଲା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking