37.2 C
Bhubaneswar
Friday, April 19, 2024
Homeଓଡିଶାପ୍ରେମ ପ୍ରତାରଣାର କରୁଣ ପରିସ୍ଥିତି

ପ୍ରେମ ପ୍ରତାରଣାର କରୁଣ ପରିସ୍ଥିତି

ବିଷମକଟକ : ମହଙ୍ଗା ପଡିଲା ପ୍ରେମ ପ୍ରତାରଣା। ଯୁବକଙ୍କୁ ମାଡ଼ ମାରି ଥାନାରେ ହାଜର କଲେ ପ୍ରେମିକା। ପ୍ରେମ ବିବାହ କରି ସ୍ତ୍ରୀକୁ ଆନ୍ଧ୍ରପ୍ରଦେଶରେ ଛାଡି ଚାଲି ଆସିବାରୁ ପତ୍ନୀ ଖୋଜି ଖୋଜି ଆସି ବିଷମକଟକରେ ସ୍ୱାମୀକୁ ଠାବ କରିଛି । ଆଉ ପିଟିଟିଟି ପୋଲିସ ନିକଟରେ ହାଜର କରିଥିବା ଭଳି ରୋଚକ ଘଟଣା ଏଠାର ଦେଖିବାକୁ ମିଲିଛି । ବିସମକଟକ ଥାନା କାଙ୍କୁବାଡ଼ି ଗ୍ରାମର ସୁମନ କୁସୁଳିଆ ନାମକ ଜଣେ ଯୁବକ ଆନ୍ଧ୍ର ପ୍ରଦେଶର ଭିମାବରମ ଠାରେ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିବା ବେଳେ ପାଡେରୁ ଗ୍ରାମର ବେଳସୁରୁ କୁମାରଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କ୍ରମେ ସମ୍ପର୍କ ନିବିଡ଼ ହେବାରୁ ଦୁହେଁ ଏକ ମନ୍ଦିରରେ ବିବାହ କରିଥିଲେ । ତିନି ମାସ ଏକାଠି ରହିବା ପରେ ସୁମନ ସେଠାରେ କୁମାରୀକୁ ଛାଡି ଗାଁକୁ ଚାଲି ଆସିଥିଲେ । ସେଦିନ ଠାରୁ କୁମାରୀ ସୁମାନଙ୍କୁ ଖୋଜି ବୁଲୁଥିଲେ । ତେବେ ସୁମନ ବିସମକଟକ ଅଟୋ ଚଳାଉଥିବା ଜାଣି ପାରି ଏଠାକୁ ଆସି ସୁମନକୁ ଧରି ନିର୍ଧୁମ ପିଟିପିଟି ଥାନାରେ ହାଜର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking