32.5 C
Bhubaneswar
Monday, June 29, 2026
Homeଓଡିଶାଦଳିଦେଲା ଦନ୍ତା ; ଯୁବକ ମୃତ

ଦଳିଦେଲା ଦନ୍ତା ; ଯୁବକ ମୃତ

ଢେଙ୍କାନାଳ: ଦଳିଦେଲା ଦନ୍ତା ; ଯୁବକ ମୃତ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ କୁଟୁରିଆ ପଞ୍ଚାୟତ ଅନ୍ତର୍ଗତ ଜଡ଼ାକିଆରୀ ନାଳ ନିକଟରେ ଘଟିଛି ଏଭଳି ଘଟଣା । ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ କାମାକ୍ଷାନଗର ଥାନା ପଥରଖମ୍ବ ପଞ୍ଚାୟତ ଅନ୍ତର୍ଗତ କାମର୍ଦ୍ଦା ଗାଁର ରଞ୍ଜିତ ବିଶ୍ୱାଳ। ରଞ୍ଜିତ ଗାଈ ଖୋଜିବାକୁ ଗାଁ ପାଖ ଜଙ୍ଗଲ ନିକଟକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡି ଯାଇଥିଲେ । ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ମାରିଥିଲା। ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି। ସେପଟେ ହାତୀ ଦ୍ୱାରା ମୃତକଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ରାଶି ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking