33.1 C
Bhubaneswar
Friday, April 26, 2024
Homeଖେଳବଙ୍ଗୋମୁଣ୍ଡା ବିଜୟୀ:ସିଦ୍ଦାର୍ଥଙ୍କ ଶତକ ନିଷ୍ଫଳ

ବଙ୍ଗୋମୁଣ୍ଡା ବିଜୟୀ:ସିଦ୍ଦାର୍ଥଙ୍କ ଶତକ ନିଷ୍ଫଳ

ବଲାଙ୍ଗିର : ସ୍ଥାନୀୟ ଗାନ୍ଧୀଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ-୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁଣ୍ଣାମେଣ୍ଟ୍‌ର ପଞ୍ଚମ ଦିନରେ ଗାନ୍ଧୀନଗର କ୍ରିକେଟ କ୍ଳବ ଓ ବଙ୍ଗୋମୁଣ୍ଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଗାନ୍ଧୀନଗର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ବିନିମୟରେ ୨୮୧ ରନ୍ ସଂଗ୍ରହ କରିଥିଲେ । ଗାନ୍ଧୀନଗର ତରଫରୁ ସିଦ୍ଧାର୍ଥ ବାରିକ ସର୍ବାଧିକ ୧୧୨ ରନ୍‌, ଆଶୁତୋଷ ବାଗ ୪୨ ଓ ଗୋପାଳ ବଗାର ୪୫ ରନ୍ ସଂଗ୍ରହ କରିଥିଲେ । ବଙ୍ଗୋ ମୁଣ୍ଡା ତରଫରୁ ସଫଳ ବୋଲର ଭାବେ ଶଶିଭୁଷଣ ମାଝି ୩ଟି, ହେମାନନ୍ଦ ହଂସ ୨ଗୋଟି ଉଇକେଟ ଅକ୍ତିଆର କରିଥିଲେ । ୨୮୨ ରନ୍ ଲକ୍ଷକୁ ବଙ୍ଗୋମୁଣ୍ଡା ଦଳ ୪୬.୧ ଓଭରରେ ୪ ଉଇକେଟ ବିନିମୟରେ ସଂଗ୍ରହ କରି ବିଜୟୀ ହୋଇଥିଲେ । ବଙ୍ଗୋମୁଣ୍ଡା ଦଳ ତରଫରୁ ସଫଳ ବ୍ୟାଟ୍ସମ୍ୟାନ ଭାବେ ଅଗସ୍ତି ତାଣ୍ଡି ୮୪, ତମନ ତାଣ୍ଡି ୩୨, ପ୍ରେମିସ ଚନ୍ଦ୍ର ବାଗ ୪୫, ନିଲାମ୍ବର ସାହୁ ୩୫ ରନ୍‌, ଫକିର ମୋହନ ଦାସ (ଅପରାଜିତ)୨୭ ଓ ହୁଟାସନ ବାଗ (ଅପରାଜିତ )୧୭ ରନ୍ ସଂଗ୍ରହ କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ଅମ୍ପେୟାର ପୃଥ୍ୱୀରାଜ ମିଶ୍ର ଓ ପ୍ରସାନନ୍ଦ ବାଗ ପରିଚାଲନା କରିଥିବାବେଳେ ଅନ୍‌ଲାଇନ ସ୍କୋର୍ ଭାବରେ ସୁଶିଲ କୁମାର ସୁନ୍ଦରାୟ ଦାୟିତ୍ୱ ବହନ କରିଥିଲେ ।
https://onakhabar.com/2020/02/22/ledy-forest-guard-suspend/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking