28.1 C
Bhubaneswar
Thursday, March 28, 2024
Homeଓଡିଶାବିବାଦୀୟ ଲେଡି ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କଲେ କରଞ୍ଜିଆ ବନଖଣ୍ଡ ଅଧିକାରୀ

ବିବାଦୀୟ ଲେଡି ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କଲେ କରଞ୍ଜିଆ ବନଖଣ୍ଡ ଅଧିକାରୀ

ମୟୁରଭଞ୍ଜ : ଲେଡି ଫରେଷ୍ଟ ଗାର୍ଡଙ୍କୁ ମହଙ୍ଗା ପଡ଼ିଲା ଦବଙ୍ଗଗିରି। କାଠଚୋରି ଅଭିଯୋଗରେ ବୃଦ୍ଧାଙ୍କୁ ଆହତ କରିବା ସହିତ ଗର୍ଭବତୀ ଥିବା ତାଙ୍କ ନାତୁଣୀଙ୍କୁ ମଧ୍ୟ ମାଡ଼ମାରି ହାତ ଭାଙ୍ଗିଦେଇଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିଲା। ଯାହା ବନବିଭାଗ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଥିଲା ବେଳେ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କ ପାଇଁ ଆହ୍ୱାନ ପାଲଟିଥିଲା। ତେବେ ଘଟଣାଟି ଥିଲା ମୟୁରଭଞ୍ଜଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିନ ଦୁଧିଆଣି ରେଞ୍ଜର। ଦବଙ୍ଗ ଲେଡି ଫରେଷ୍ଟଗାର୍ଡ କବିତା ବେହେରା ଚୋରି ଅଭିଯୋଗରେ ଜୈନେକା ୬୫ ବର୍ଷିଆ ବୃଦ୍ଧା ଏବଂ ଗୀର୍ଭବତୀ ମହିଳା ସମେତ ତିନିଜଣଙ୍କୁ ମାଡ଼ମାରି ଲହୁଲୁହାଣ କରି ହାତ ଭାଙ୍ଗିବା ଘଟଣାରେ ଉତ୍ତକ୍ଷିପ୍ତ ସ୍ଥାନୀୟ ଜନସାଧାରଣଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁ କରଞ୍ଜିଆ ବନଖଣ୍ଡ ଅଧିକାରୀ ବିବାଦୀୟ ଲେଡି ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ ପରେ ମଧ୍ୟ ଲୋକଙ୍କ ରାଗଶାନ୍ତ ହୋଇନଥିଲା ଘଟଣାରେ ତୁରନ୍ତ ଗିରଫ ସହ ବହିଷ୍କାର ଦାବିକରି ଜାତୀୟ ରାଜପଥ ଅବରୋଧରୁ ହଟି ନ ଥିଲେ। ତାଙ୍କ ବିରୋଧରେ ବିଭିନ୍ନ ସମୟରେ କାର୍ଯ୍ୟରେ ନାନାପ୍ରକାର ଅବହେଳା ସହିତ ସାଧାରଣ ଲୋକଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରିବା ପରି ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଥିଲା ଯାହା ଫଳରେ ବିବାଦୀୟ ହଇ ରହିଆସିଥିଲେ ବବଙ୍ଗ ଲେଡି ଫରେଷ୍ଟଗାର୍ଡ ।
ତେବେ ଗତକାଲି ରାତିରେ ତାଙ୍କର ଆଚରଣ ସବୁସୀମା ସରହଦ ପାରକରି ଜୈନକ ୬୫ ବାର୍ଷିଆ ବୃଦ୍ଧା ଏବଂ ତାଙ୍କ ଗର୍ଭବତୀ ନାତୁଣୀଙ୍କୁ ମାଡ଼ମାରି ଲହୁଲୁହାଣ କରି ହାତ ଭାଙ୍ଗିବା ଘଟଣା ଭାରିପଡିଛି । ଏଇ ଘଟଣା ପରେ ଗତକାଲି ପାଖରୁ ଉତ୍ୟକ୍ତ ଲୋକେ ରେଞ୍ଜଅଫିସରେ ଆସି ହହଲ୍ଲା କରିବା ସହିତ ସକାଳ ୯ଘଟିକା ସମୟରୁ ୨୨୦ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହିତ ରେଞ୍ଜଅଫିସ ଘେରାଓ କରିଥିଲେ । ଲୋକଙ୍କ ଦାବିଥିଲା କି ବିବାଦୀୟ ଘଟଣାରେ ଛନ୍ଦି ହଇ ପଡିଥିବା ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ ନୁହେଁ ବହିଷ୍କାର କରିବା ସହିତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତୁରନ୍ତ ଗିରଫ ଦାବିକରି ସକାଳୁ ୯ଘଟିକା ସମୟରୁ ରାସ୍ତା ଅବରୋଧ କରିଥିଲେ । ତେବେ ଘଟଣାର ସତ୍ୟତା ଏବଂ ଗୁରୁତ୍ୱକୁ ତର୍ଜମା କରି କରଞ୍ଜିଆ ବନଖଣ୍ଡ ଅଧିକାରୀ ନିଲମ୍ବନ ଆଦେଶ ଦେଇଥିଲେ ବି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଓଡ଼ି ବସିଛନ୍ତି ଗ୍ରାମବାସୀ ଏବଂ ପରିବାର ଲୋକେ ଯାହା ଫଳରେ ଏଠାରେ ନିୟୋଜିତ ଥିବା ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କୁ ନାକେଦମ ହେବାକୁ ପଡିଛି ଖବର ଯିବା ପର୍ଯ୍ୟନ୍ତ ରାସ୍ତା ଉପରେ ଲୋକେ ବସିରହି କ୍ଷତିପୂରଣ ଦାବି ସହିତ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପର୍ଯ୍ୟନ୍ତ ରାସ୍ତାରୁ ନହଟିବା ପାଇଁ ନିଜ ଜିଦରେ ଅଟଳ ରହିଛନ୍ତି ।ତେବେ ରେଞ୍ଜର ସରୋଜ ପଣ୍ଡା ଗର୍ଭବତି ମହିଳାଙ୍କ ସମସ୍ତ ଖର୍ଚ୍ଚ କରିବାର ଏକ ଲିଖିତ ପ୍ରତିଶୃତି ଦେବା ପରେ ଧାରଣାରେ ବସିଥିବା ଆନ୍ଦାଳନକାରୀମାନେ ରାସ୍ତାରୁ ଉଠିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking