27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗମାଲକାନଗିରିରେ ସିପିଆଇଏମର ୧୨ ଦଫା ଦାବି ନେଇ ବିକ୍ଷୋଭ

ମାଲକାନଗିରିରେ ସିପିଆଇଏମର ୧୨ ଦଫା ଦାବି ନେଇ ବିକ୍ଷୋଭ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାରେ ଜୀବନ ଜୀବିକା ସୁରକ୍ଷା ନାମରେ ଗଣତାନ୍ତ୍ରିକ ଅଧିକାର ଓ ସମ୍ବିଧାନ ଉପରେ ଆକ୍ରମଣ ବନ୍ଦ କରିବା ସ୍ଲୋଗାନ ନେଇ ସିପିଆଇଏମର ଏକ ବଡ଼ଧରଣ ରାଲି ବାହାରିଛି । ବିଛିର୍ନାଞ୍ଚଳ ରେ ସିପିଆଇଏମ ର ବାର ଦଫା ଦାବି ନେଇ ବିକ୍ଷୋଭ ରାଲି, ଚଳିତ ମାସ ସେପ୍ଟେମ୍ବର ୧୭ ରୁ ୨୧ ପର୍ଯ୍ୟନ୍ତ ପାର୍ଲିଆମେଣ୍ଟ ଅଧିବେଶନ ଚାଲିଥିବା ବେଳେ ନଂ ୧୨ ଦଫା ଦାବି ଗୁଡ଼ିକୁ ନେଇ ଦେଶବ୍ୟାପି ପ୍ରତିବାଦ ବିକ୍ଷୋଭ କରିବା ପାଇଁ ସିପିଆଇଏମର ଓଡିଶା ରାଜ୍ୟ କମିଟି ଆହ୍ବାନ କରିଥିବା ବେଳେ ଗତକାଲି ଅର୍ଥାତ ୨୧/୦୯/୨୦୨୦୨ ରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଗାଜୁଲୁମାମୁଡି ପଞ୍ଚାୟତ ତୋଟାପାଲି ଠାରେ ସିପିଆଇଏମ ସଂଗଠନ ତରଫରୁ ଏକ ବିଶାଳ ରାଲି କରାଯାଇଥିଲା। ଏହି ରାଲି ମାଲକାନଗିରି ଜିଲ୍ଲା ସମ୍ପାଦକ ବ୍ରଜକିଶୋର ମାଝୀଙ୍କ ନେତୃତ୍ୱରେ ବିଛିର୍ନାଞ୍ଚଳର ଗାଜୁଲୁମାମୁଡି, ଯୋଡ଼ାମ୍ବ, ପଣସପୁଟ, ଯନ୍ତ୍ରୀ ଓ ଅଣ୍ଡିରାପାଲି ପଞ୍ଚାୟତ ରେ ଉପୁଜୁଥିବା ସମସ୍ୟା ଏବଂ ବାର ଦଫା ସମ୍ବଳିତ ଦାବି ପତ୍ର ନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ ଅବଗତ କରାଇବା ଉଦେଶ୍ୟରେ ସିପିଆଇଏମ ସଂଗଠନର ଶତାଧିକ ସଦସ୍ୟ ଉକ୍ତ ବିକ୍ଷୋଭରେ ଯୋଗ ଦେବା ସହିତ ହାତରେ ପତାକା,ପୋଷ୍ଟର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆୟକର ଦେବା ସୀମା ବାହାରେ ଆୟ କରୁଥିବା ପରିବାରକୁ ୬ ମାସ ପର୍ଯ୍ୟନ୍ତ ୭୫୦୦ ଜମା କରିବା, ପ୍ରତ୍ୟେକ ପରିବାରକୁ ମୁଣ୍ଡପିଛା ୬ ମାସ ପର୍ଯ୍ୟନ୍ତ ୧୦ କେଜି ଚାଉଳ ଓ ଗହମ ଯୋଗାଇ ଦେବା, ସମସ୍ତ ବେକାର ଯୁବକ ଯୁବତୀଙ୍କୁ ମାଗନେରା ଅନ୍ତର୍ଭୁକ୍ତ କରି ସମସ୍ତଙ୍କୁ ୨୦୦ ଦିନର କାମ ଯୋଗାଇ ଦେବା ଏବଂ ମଜୁରୀ ବୃଦ୍ଧି ସହ , ଭାରତୀୟ ସମ୍ବିଧାନକୁ ସୁରକ୍ଷିତ କରିବା ସହିତ ସମ୍ବିଧାନ ପ୍ରଦତ୍ତ ପ୍ରତ୍ୟେକ ନାଗରିକଙ୍କ ମୁକ୍ତି,ସମତା ଓ ଭାତ୍ରୃତ୍ବ ର ମୈ।ଳିକ ଅଧିକାର କୁ ଅକ୍ଷୁର୍ଣ୍ଣ ରଖ, ବିଚ୍ଛିନ୍ନାଞ୍ଚଳର ପାଞ୍ଚଗୋଟି ପଞ୍ଚାୟତ ରେ ଆଧାର କାର୍ଡ ଓ ରାଶନ କାର୍ଡ ମିଳି ନଥିବା ପରିବାର ପାଇଁ ତୁରନ୍ତ କରାଯାଉ, ସମସ୍ତ ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତା ତୁରନ୍ତ ଯୋଗାଇ ଦେବା, ବିଛିର୍ନାଞ୍ଚଳ ପ୍ରତି ଗାଁ ଗାଁ କୁ ସୋଲାର ପାଣି ବ୍ୟବସ୍ଥା ଓ ସ୍ପ୍ରେଙ୍ଗ ୱାଟର ଓ ଝରଣା ପାଣିକୁ କୁଣ୍ଡି କରି ପାଇପ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉ, ଯୋଡ଼ାମ୍ବ ମେଡିକାଲ ପାଇଁ ସ୍ଥାଇ ଡାକ୍ତର ନିଯୁକ୍ତି ଦିଆଯାଉ, ବିଦ୍ୟାଳୟ ଖୋଲିବା କ୍ଷଣି ସେଠାରେ ସ୍ଥାୟୀ ଶିକ୍ଷକ ରହି ସବୁଦିନ ରେଗୁଲାର ପାଠ ପଢ଼ାଇବା ଦାବି ସହ ବିଛିର୍ନାଞ୍ଚଳକୁ ଦୈନିକ ଲଞ୍ଚ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି କରି ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପାତ୍ର ରଖିଛନ୍ତି ସିପିଆଇଏମ କର୍ମୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking