ପୋଲିସ ପଞ୍ଝାରେ ମାଫିଆ; ବେଧଡକ ଗୋ-ଚାଲାଣ ରୋକିବା ସମ୍ଭବ ହେବ କି ?

ମୟୁରଭଞ୍ଜ: ଗୋମାତାଙ୍କୁ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ରୀତିନୀତି ଅନୁସାରେ ପୂଜା କରାଯାଏ। କିନ୍ତୁ ସେଇ ଗୋମାତାଙ୍କୁ ଅତି ନିର୍ଦୟ ଭାବରେ ପିକଅପ ଓ କଣ୍ଟେନର ମାଧ୍ୟମରେ ପ୍ରତ୍ୟେକ ଦିନ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି । ଏଭଳି ଘଟଣା ଏବେ ସାମନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ବ୍ଲକଛକ ନିକଟରେ । ବିଭିନ୍ନ ଥାନା ସମ୍ମୁଖ ଦେଇ ପ୍ରତ୍ୟେକଦିନ ଅତି ଅମାନୁସିକ ଭାବରେ ପିକଅପ ଓ କଣ୍ଟେନାର ଯୋଗେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଇଉଥିବାର ଦେଖିବାକୁ ମିଳୁଥିବା ବେଳେ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀମାନେ ଆତ୍ମସ୍ୱାର୍ଥ ପାଇଁ ଏଥିରେ ଅଙ୍କୁଶ ଲଗାଇବାରେ ବିଫଳ ହେଉଛନ୍ତି l ଏପରିକି ଗତରାତିରେ ବିଶୋଇ ପୋଲିସକୁ ଗୋଚାଲାଣକାରୀମାନେ ଖୁଲମଖୁଲା ଚ୍ୟାଲେଞ୍ଜ ପୂର୍ବକ ଚକମା ଦେଖାଇ ଦୁଇଟି ପିକଅପ ରେ ଆଳୁ ଲୋଡିଙ୍ଗ କଲା ଭଳି ଗୋରୁ ଲୋଡ଼ କରି ରାତିରେ ନେଇଯାଉ ଥିବାର ଘଟଣା ପୋଲିସ କୌଣସି ସୂତ୍ରରୁ ଜାଣିପାରି ଥିଲା । ସପ୍ତାହର ନିର୍ଦ୍ଧିଷ୍ଟ ଦିନକରେ ପିକଅପ, କଣ୍ଟେନର ଯୋଗେ ଗୋଚାଲାଣ ହଉଥିବା ବେଳେ ବିଳମ୍ବିତ ରାତ୍ରୀରେ ବିଶୋଇ ଥାନା ଅନ୍ତର୍ଗତ ବ୍ଲକଛକ ନିକଟରେ ବିଶୋଇ ପୋଲିସ ଟିମ ଗୋ ଭାଝେଇ ଦୁଇଟି ପିକଅପ କୁ ଅଟକାଇ ଥିଲେ । ଯାହାର ନମ୍ବର-OD11N-4150 ଓ OD11j-6940 ଦୁଇଟି ପିକଅପ ଥାନାକୁ ନେଇଥିଲେ, ପିକଅପରେ ଥିବା ଡ୍ରାଇଭର ଫେରାର ହେଇଯାଇଥିଲ। ପୋଲିସ pickup ଦୁଇଟିକୁ ଥାନାରେ ଅଟକ ରଖି ତଦନ୍ତ ଚଳେଇଛି । ତେବେ ଦେଖିବାକୁ ବାକିରହିଲା ବେଆଇନ ଗୋ ଚାଲାଣ କରୁଥିବା ମାଫିଆଙ୍କ ପ୍ରତି କଣ କାର୍ଯ୍ୟନୁଷ୍ଠାନ ନେବ ପ୍ରସାସନ । ଅନ୍ୟପଟେ ଗୋରୁ ବୋଝେଇ ପିକଅପ ଏବଂ କଣ୍ଟେନରକୁ ରାସ୍ତାରେ ପୋଲିସ ଅଟକାଇବା ସତ୍ତ୍ୱେ ଡ୍ରାଇଭର ଖସିଯିବା ସମ୍ଭବ ହେଲା କେମିତି ବୋଲି ପ୍ରଶ୍ନ ଉଠୁଛି। ଏହାବ୍ୟତୀତ ଗୋରୁ ଚାଲାଣ ପାଇଁ ସ୍ୱତନ୍ତ୍ର ନିୟମ ରହିଥିଲା ବେଳେ ବ୍ୟତିକ୍ରମ କ୍ଷେତ୍ରରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଅଭାବରୁ ବେଆଇନ ଗୋରୁ ବୋଝେଇ ଭଳି ଘଟଣା ସାମ୍ନାକୁ ଆସୁଛି। ଏଭଳି କ୍ଷେତ୍ରରେ ଦାୟୀ କିଏ ? ବିଭାଗ ନା ଚାଲାଣକାରୀ ତାକୁନେଇ ଆଲୋଚନା ଯୋର ଧରିଛି। ଯାହା ପରୋକ୍ଷରେ ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ନ୍ୟାୟରେ ଚାଲିଛି ବ୍ୟବସ୍ଥା ବୋଲି ଚର୍ଚ୍ଚା ହେଉଛି। ତେବେ ଏଭଳି ଅତର୍କିତ ଚଢ଼ାଉ ବେଆଇନ ଚାଲାଣ ରୋକି ସରକାରୀ ନିୟମ ଅନୁସାରେ ଚାଲାଣ ଉତ୍ସ୍ୟହିତ କରୁଛି ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here