33.1 C
Bhubaneswar
Saturday, April 27, 2024
HomeUncategorizedଲକଡାଉନ ଅଞ୍ଚଳରେ କୋର୍ଟ କାର୍ଯ୍ୟ ବାତିଲ

ଲକଡାଉନ ଅଞ୍ଚଳରେ କୋର୍ଟ କାର୍ଯ୍ୟ ବାତିଲ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ମାତ୍ରା ଦିନକୁ ଦିନ ବଢିଚାଲିଛି । ଗଞ୍ଜାମ ଜିଲ୍ଲାରୁ ସବୁଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଥିସହ ଏହି ଜିଲ୍ଲାରେ ମୃତ୍ୟୂ ସଂଖ୍ୟା ମଧ୍ୟ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗଛି । ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ରାଉରକେଲା ପୌର ଅଞ୍ଚଳରୁ ବୋଲି ଜଣାପଡ଼ିଛି । ଏଥିପାଇଁ ଏହି ସବୁ କାରଣକୁ ନେଇ ଗଞ୍ଜାମ , ଖୋର୍ଦ୍ଧା , କଟକ, ପୁରୀ ଓ ରାଉରକେଲା ପୌରାଞ୍ଚଳରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି । ଏହି
ଲକଡାଉନକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ଅଞ୍ଚଳରେ ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ କୋର୍ଟ କାର୍ଯ୍ୟକୁ ବାତିଲ୍ କରିଛନ୍ତି । ନିହାତି ଜରୁରୀକାଳୀନ ମାମଲାର ଶୁଣାଣି ହୋଇପାରିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଅପରପକ୍ଷରେ ଏହି ସମୟ ମଧ୍ୟରେ କୋର୍ଟର କୌଣସି କର୍ମଚାରୀ ମୁଖ୍ୟାଳୟ ଛାଡ଼ି ବାହାରକୁ ଯାଇପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
କୋର୍ଟ କାର୍ଯ୍ୟ ବାତିଲ୍ ନେଇ ହାଇକୋର୍ଟ ବାର୍ ଆସୋସିଏସନ୍ ଅନ୍ତରୀଣ କମିଟି ପକ୍ଷରୁ ଜାରି ପ୍ରସ୍ତାବରେ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ପ୍ରସ୍ତାବକୁ ବିଚାରକୁ ନେଇ ହାଇକୋର୍ଟର ଫୁଲ୍ କୋର୍ଟ ବସିଥିଲା ।ଫୁଲ୍ କୋର୍ଟ ନିଷ୍ପତ୍ତି ଅନୁଯାୟୀ ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ଏବଂ ରାଉରକେଲା ମ୍ୟୁନିସିପାଲିଟିରେ ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ ହାଇକୋର୍ଟ, ଜିଲ୍ଲା ଜଜ୍ କୋର୍ଟ, ଅନ୍ୟାନ୍ୟ ନିମ୍ନ ଅଦାଲତ ଏବଂ ଟ୍ରିବ୍ୟୁନାଲଗୁଡିକର କୋର୍ଟ କାର‌୍ୟ୍ୟକୁ ବାତିଲ୍ କରାଯାଇଛି। ଏହି ସମୟ ମଧ୍ୟରେ ହାଇକୋର୍ଟ ସମ୍ପୂର୍ଣ୍ଣ କଟକଣାରେ ରହି କାର‌୍ୟ୍ୟ କରିବ । ଯେଉଁଥିରେ ନିର୍ଦ୍ଦିଷ୍ଟ ସଂଖ୍ୟକ ବିଚାରପତି କାର୍ଯ୍ୟକୁ କରିବେ । ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ରୋଷ୍ଟର ଭିତ୍ତିରେ ଜଜ୍ମାନେ କାର‌୍ୟ୍ୟ କରିବେ । ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ଇ-ଫାଇଲିଂ କିମ୍ବା ଇ-ମେଲ୍ ଜରିଆରେ ରୁଜୁ ହୋଇଥିବା ନିହାତି ଜରୁରୀକାଳୀନ ମାମଲାଗୁଡ଼ିକର ଭିଡିଓ କନ୍ଫରେନ୍ସିଂ ଜରିଆରେ ଶୁଣାଣି ହେବ । ସମ୍ପୃକ୍ତ ମାମଲାର ଆଇନଜୀବୀମାନେ ତାଙ୍କ ଘରୁ କିମ୍ବା ଅଫିସ୍ରୁ ରହି ମାମଲା ପରିଚାଳନା କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking