30.1 C
Bhubaneswar
Thursday, April 25, 2024
Homeଓଡିଶାଢେଙ୍କାନାଳର ୫ ନର୍ସିଂହୋମ ହେଲା ସିଲ୍‌

ଢେଙ୍କାନାଳର ୫ ନର୍ସିଂହୋମ ହେଲା ସିଲ୍‌

ଢେଙ୍କାନାଳ : ଆଜି ଢେଙ୍କାନାଳ ସହରର ୫ଟି ଘରୋଇ ନର୍ସିଂ ହୋମକୁ ସିଲ କରାଯାଇଛି । ଆଜି ଜଣେ ପ୍ରସୁତୀଙ୍କର ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ଜିିଲ୍ଲାପାଳ ଏପରି ପଦକ୍ଷେପ ନେଇଛନ୍ତି । ସୂଚନା ଅନୁଯାୟୀ, ଲକ ଗରୋଇ ନସିଂ ହୋମରେ ଜଣେ ପ୍ରସୂତୀ ଭର୍ତ୍ତି ହୋଇଥିଲେ । ଡେଲିଭରି ପରେ ଅଧିକ ଅସୁସ୍ଥ ହେବାରୁ କଟକ ସ୍ଥାନାନ୍ତର ହୋଇଥିଲେ ।
କଟକରେ ସ୍ୱାବ ଟେଷ୍ଟ ପରେ ଉକ୍ତ ପ୍ରସୂତୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପ୍ରସୂତୀଙ୍କୁ ଚିକିତ୍ସା କରିଥିବା ଡାକ୍ତର ଅନ୍ୟ ୪ଟି ନର୍ସିଂ ହୋମକୁ ମଧ୍ୟ ଯାଇଥିଲେ । ୫ଟି ନର୍ସିଂହୋମର ୬ଜଣ ଡାକ୍ତରଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ୬୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking