38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶନୂଆ ଆଇଟି ଆଇନ ଉଲ୍ଲଂଘନ, ୬୭ ପର୍ଣ୍ଣ ୱେବସାଇଟ୍‌ ବନ୍ଦ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆ ଆଇଟି ଆଇନ ଉଲ୍ଲଂଘନ, ୬୭ ପର୍ଣ୍ଣ ୱେବସାଇଟ୍‌ ବନ୍ଦ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନୂଆ ଆଇଟି ଆଇନି ୨୦୨୧ ଉଲ୍ଲଂଘନ କରିଥିବାରୁ କୋର୍ଟଙ୍କ ଆଦେଶ ଅନୁସାରେ ୬୭ଟି ପର୍ଣ୍ଣ ୱେବସାଇଟ୍‌ ବନ୍ଦ କରିବାକୁ କେନ୍ଦ୍ର ସରକାର ଇଣ୍ଟରନେଟ କମ୍ପାନିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଟେଲିକମ୍‌ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଗତ ୨୪ ତାରିଖରେ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡରଙ୍କୁ ଚିଠି ଲେଖାଯାଇଛି । ସେଥିରେ ପୁନେ କୋର୍ଟଙ୍କ ନିର୍ଦ୍ଦେଶରେ ୬୩ ଏବଂ କେନ୍ଦ୍ର ଟେଲିକମ୍‌ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତଥା ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୪ଟି ପର୍ଣ୍ଣ ୱେବସାଇଟ୍‌ ବନ୍ଦ କରିବାକୁ କୁହାଯାଇଛି ।

ଏସବୁ ୱେବସାଇଟ୍‌ ଯେଭଳି କେହି ଆକ୍ସେସ କରି ନ ପାରନ୍ତି ସେଥିପାଇଁ ତାକୁ ବ୍ଲକ କରିବାକୁ ସେମାନଙ୍କୁ କୁହାଯାଇଛି । ଏହା ପୂର୍ବରୁ ପ୍ରାୟ ୩ ବର୍ଷ ତଳେ ୨୦୧୯ରେ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାର ୮୦୦ରୁ ଅଧିକ ପର୍ଣ୍ଣ ୱେବସାଇଟ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking