34.1 C
Bhubaneswar
Friday, March 29, 2024
Homeଅପରାଧବୁର୍ଖା ନ ପିନ୍ଧିବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ

ବୁର୍ଖା ନ ପିନ୍ଧିବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ

ମୁମ୍ବାଇ: ବୁର୍ଖା ପିନ୍ଧିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ମୁମ୍ବାଇ ତିଳକନଗର ଥାନା ଅଞ୍ଚଳରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ବୁର୍ଖା ନ ପିନ୍ଧିବାରୁ ମୁସଲିମ୍ ସମ୍ପ୍ରଦାୟର ଜଣେ ବ୍ୟକ୍ତି ନିଜର ପତ୍ନୀଙ୍କୁ ଛୁରୀ ଭୁସି ହତ୍ୟା କରିଛି । ହତ୍ୟାକାରୀ ସ୍ବାମୀର ନାମ ଇକବାଲ ଶେଖ୍ ଏବଂ ସେ ଟ୍ୟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ମୃତ ପତ୍ନୀଙ୍କ ନାମ ରୂପାଲି ଏବଂ ସେ ହିନ୍ଦୁ ସମ୍ପ୍ରଦାୟର ହୋଇଥିବା ଜଣାପଡିଛି । ପୋଲିସ ପତ୍ନୀହନ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ମୁତାବକ, ଗତ ୩ ବର୍ଷ ତଳେ ଇକବାଲ ରୂପାଲିଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ଦୁଇ ବର୍ଷ ପୁଅ ମଧ୍ୟ ରହିଛି । ବିବାହ ପରେ ରୂପାଲି ଧର୍ମ ପରିବର୍ତ୍ତନ କରିବା ସହ ନିଜ ନାମ ଜାରା ଇକବାଲ ଶେଖ ବଦଳାଇ ଥିଲେ । କିନ୍ତୁ ସେ ବୁର୍ଖା ପିନ୍ଧିବାକୁ ଏବଂ ଇସଲାମିକ ଆଚରଣ କରିବାକୁ ଅରାଜି ହେଉଥିଲେ । ସେପଟେ ରୂପାଲି ବୁର୍ଖା ପିନ୍ଧି ବାହାରକୁ ଯାଆନ୍ତୁ ବୋଲି ସ୍ବାମୀ ଚାହୁଁଥିଲେ । ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା । ଏହାପରେ ୬ ମାସ ହେବ ମହିଳା ନିଜ ବାପାଘରକୁ ଚାଲି ଯାଇଥିଲେ । କିନ୍ତୁ ତାଙ୍କର ଦୁଇ ବର୍ଷର ପୁଅ ଇକବାଲଙ୍କ ପାଖରେ ରହୁଥିଲା ।

ଅଲଗା ହେବା ପରେ ମଧ୍ୟ ଦୁହେଁ ପରସ୍ପର ସହ ଫୋନରେ କଥା ହେଉଥିଲେ । ଫଳରେ କିଛି ଦିନ ପରେ ତାଙ୍କ ମଧ୍ୟରେ ସବୁକିଛି ଠିକ୍‌ ହୋଇଯାଇଥିଲା । କିନ୍ତୁ ଇକବାଲଙ୍କ ବାପାମାଆ ରୂପାଲିଙ୍କୁ ଛାଡପତ୍ର ଦେଇ ଅନ୍ୟତ୍ର ବିବାହ କରିବାକୁ ବାଧ୍ୟ କରୁଥିଲେ । ରୂପାଲି କିଛି ଦିନ ହେଲା ଚେମ୍ବୁର ଅଞ୍ଚଳର ଜଣେ ବାନ୍ଧବୀଙ୍କ ପାଖରେ ରହୁଥିଲେ । ଗତ ସୋମବାର ବିଳମ୍ବିତ ରାତିରେ ଇକବାଲ ସେଠାରେ ପହଞ୍ଚି ତାଙ୍କୁ ହତ୍ୟା କରି ଫେରାର ଥିବା ଅଭିଯୋଗ ହୋଇଛି । ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ପୋଲିସ ଆଗରେ କହିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

ଅନ୍ୟପଟେ ହିଜାବକୁ ନେଇ ଇରାନରେ ଭୟାନକ ପରିସ୍ଥିତି ଲାଗି ରହିଛି । ମହିସା ଆମିନୀ ନାମକ ମହିଳା ହିଜାବ ପିନ୍ଧିବାକୁ ମନା କରିବାରୁ ପୋଲିସ ବର୍ବରତାରେ ପ୍ରାଣ ହରାଇବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ସାଜିଛି । ଏପରି ସ୍ଥଳେ ମୁମ୍ବାଇରେ ବୁର୍ଖା ପିନ୍ଧିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କରାଯିବା ମାମଲା ସମସ୍ତଙ୍କୁ ଚକିତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking