41.1 C
Bhubaneswar
Sunday, April 28, 2024
Homeଓଡିଶାବିଦ୍ୟୁତ୍ ଆଘାତରେ ଦମ୍ପତି ମୃତ, ବର୍ତ୍ତିଲା ଶିଶୁକନ୍ୟା

ବିଦ୍ୟୁତ୍ ଆଘାତରେ ଦମ୍ପତି ମୃତ, ବର୍ତ୍ତିଲା ଶିଶୁକନ୍ୟା

ଯୋଡା : ଯୋଡା ଥାନା ଅନ୍ତର୍ଗତ ଅଂଶେଇକଳା ପଞ୍ଚାୟତ ଜାମୁକୁଣ୍ଡିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଦମ୍ପତି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବାବେଳେ ସୌଭାଗ୍ୟବଶତଃ ୫ ବର୍ଷର ଶିଶୁକନ୍ୟା ବର୍ତ୍ତି ଯାଇଛି । ଘଟଣା ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି । ଖବରରୁ ଜଣାପଡିଛି ଯେ, ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ମାନ୍ଦୁରୁ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ରାଇମଣି ମୁଣ୍ଡା ସେମାନଙ୍କର ୫ ବର୍ଷର ଝିଅ ଆରନି ନିକଟସ୍ଥ ଜାମୁକୁଣ୍ଡିଆ ହାଟକୁ ସଉଦା କରିବାକୁ ଯାଇଥିଲେ ।

ସେଠାରୁ ପରିବା ପତ୍ର ସହ ମାଛ କିଣି ରାତିରେ ଘରକୁ ଫେରିଥିଲେ । ତେବେ ଭିତରକୁ ଯିବା ପାଇଁ ଘରେ ଲାଗିଥିବା ଲୁହା କବାଟ ଫିଟାଇ କ୍ଷଣି ତାଙ୍କୁ ଖୁବ୍ ଜୋରରେ ବିଦ୍ୟୁତ୍ ଆଘାତ ଲାଗିଥିଲା । ଫଳରେ ଉଭୟ ସ୍ୱାମୀ, ସ୍ତ୍ରୀ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ । ତେବେ ୫ ବର୍ଷର ଝିଅକୁ ବିଦ୍ୟୁତ୍ ଆଘାତ ଲାଗିଥିଲେ ମଧ୍ୟ ସେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲା ।

ଝିଅଟିର ଗୋଡରେ ବିଦ୍ୟୁତ୍ ଆଘାତ ଲାଗିଥିବା ବେଳେ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ଘରେ ଲାଗିଥିବା ଲୁହା କବାଟ ଉପରେ ଦେଇ ବିଦ୍ୟୁତ୍ ତାର ଘର ଭିତରକୁ ନିଆଯାଇଥିବା ବେଳେ କୌଣସି ସ୍ଥାନରେ କଟି ଏହା କବାଟ ସହିତ ସଂଯୋଗ ହୋଇଯାଇଥିବା ଜଣାପଡିଛି । ଫଳରେ ଦୁର୍ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ୨ଟିକୁ ଜବତ କରିବା ସହ ଅନାଥ ଶିଶୁଟିକୁ ଉଦ୍ଧାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking