32.1 C
Bhubaneswar
Thursday, May 30, 2024
Homeଦେଶ ବିଦେଶଶିକ୍ଷକ ନିଯୁକ୍ତି ସମ୍ପର୍କିତ ଦୁର୍ନୀତି ମାମଲା: ନର୍ଥ ବେଙ୍ଗଲ ୟୁନିଭର୍ସିଟୀ କୁଳପତି ଗିରଫ

ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଦୁର୍ନୀତି ମାମଲା: ନର୍ଥ ବେଙ୍ଗଲ ୟୁନିଭର୍ସିଟୀ କୁଳପତି ଗିରଫ

କୋଲକାତା : ପଶ୍ଚିମବଙ୍ଗରେ ୨୦୧୬ରେ ଘଟିଥିବା ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ସୋମବାର ନର୍ଥ ବେଙ୍ଗଲ ୟୁନିଭର୍ସିଟୀ କୁଳପତି ସୁବିରେଶ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ କରାଯାଇଛି । ସୁବିରେଶ ସେତେବେଳେ ପଶ୍ଚିମବଙ୍ଗ ସେଣ୍ଟ୍ରାଲ ସ୍କୁଲ ସର୍ଭିସ କମିାନ ଅଧ୍ୟକ୍ଷ ପଦରେ କାର୍ଯ୍ୟ କରୁଥିଲେ । ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇଥିଲେ । ସୋମବାର ସିବିଆଇ କାର୍ଯ୍ୟାଳୟକୁ ଡକାଯାଇ ତାଙ୍କୁ ଜେରା କରାଯାଇଥିଲା । ତେବେ ଅସହଯୋଗ କରିବାରୁ ସିବିଆଇ ତାଙ୍କୁ ଗିରଫ କରିଥିବା ଜଣାପଡିଛି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେକ୍ରମେ ଏହି ଦୁର୍ନୀତିର ତଦନ୍ତ ଦାୟିତ୍ୱ ସିବିଆଇ ଉପରେ ନ୍ୟସ୍ତ କରାଯାଇଛି ।

ସୋନାଲି ଫୋଗଟ୍ ହତ୍ୟା ମାମଲା: ୨ ନିଶା ବେପାରୀଙ୍କୁ ଜାମିନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking