37.1 C
Bhubaneswar
Sunday, April 28, 2024
Homeକରୋନାବୃଦ୍ଧଙ୍କ ଶରୀରରେ କରୋନା ଟିକା ଦେଖାଇଲା ଚମତ୍କାର

ବୃଦ୍ଧଙ୍କ ଶରୀରରେ କରୋନା ଟିକା ଦେଖାଇଲା ଚମତ୍କାର

ଝାଡଖଣ୍ଡ: ଝାଡଖଣ୍ଡ ବୋକାରୋ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ବସବାସ କରୁଥିବା ଜଣେ ବ୍ୟକ୍ତି ଦୀର୍ଘଦିନ ଧରି କଥା କହିପାରୁ ନଥିଲେ । ଏବେ କିନ୍ତୁ ଟିକା ନେବା ପରେ ସେ ସୁସ୍ଥ ହୋଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି । ଉକ୍ତ ବ୍ୟକ୍ତିଙ୍କ ନାମ ଦୁଲାରଚନ୍ଦ ମୁଣ୍ଡା ବୟସ ୫୫ବର୍ଷ ବୋଲି ଜଣାପଡ଼ିଛି । ବୋକାରୋ ଜିଲ୍ଲା ଗୋମିୟା ପ୍ରଖଣ୍ଡ ପେଟରବାର ଗାଁରେ ଦୁଲାରଚନ୍ଦ ମୁଣ୍ଡା ବସବାସ କରନ୍ତି । ପାଞ୍ଚ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣା ପରେ ତାଙ୍କୁ କଥା କହିବାରେ ଅସୁବିଧା ହେଉଥିଲା । ସେ କ’ଣ କହୁଛନ୍ତି ତାହା ସ୍ପଷ୍ଟ ଭାବେ ବୁଝି ହେଉ ନଥିଲା । ଏଥି ସହିତ ତାଙ୍କର କିଛି ଅଙ୍ଗପ୍ରତ୍ୟେଙ୍ଗ ବି କାମ କରୁ ନଥିଲା । କରୋନା ମହାମାରୀ ସମୟରେ ସଂକ୍ରମଣରୁ ବଞ୍ଚିବା ପାଇଁ ଟିକା ଅଭିଯାନ ଆରମ୍ଭ ହୋଇଥିଲା । ଲୋକଙ୍କୁ ଟିକା ଦିଆଗଲା । ଏହି କ୍ରମରେ ଦୁଲାରଚନ୍ଦ ମୁଣ୍ଡା ବି ସାମିଲ ହୋଇଥିଲେ । ତେବେ ଦୁଲାରଚନ୍ଦଙ୍କ ଶରୀରରେ କରୋନା ଟିକା ଚମତ୍କାର ଦେଖାଇଥିବା ତାଙ୍କ ପରିବାରବର୍ଗ ଓ ସାହି ପଡ଼ିଶା କହିଛନ୍ତି । କାରଣ ଟିକା ନେବାର କିଛିଦିନ ପରେ ଦୁଲାରଚନ୍ଦ ମୁଣ୍ଡାଙ୍କୁ କଥା ହେବାରେ ଯେଉଁ ଅସୁବିଧା ହେଉଥିଲା ତାହା ଦୂର ହୋଇଯାଇଥିଲା । କାରଣ ଟିକା ନେବା ପରେ ସେ କ’ଣ କହୁଛନ୍ତି ତାହା ସ୍ପଷ୍ଟ ଭାବେ ବୁଝି ହୋଇଥିଲା । ଏଥିସହିତ ଶରୀର ଯେଉଁ ଅଙ୍ଗଗୁଡ଼ିକ ଅଚଳ ହୋଇଥିଲା । ତାହା ବି କାମ କରିବାକୁ ଆରମ୍ଭ କରିଥିଲା । ଏହି ଘଟଣାର ଖବର ପ୍ରଘଟ ହେବା ପରେ ଦୁଲାରଚନ୍ଦ ମୁଣ୍ଡାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଡାକ୍ତରମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । ଏହାକୁ ଏକ ଚମତ୍କାର ବୋଲି କୁହାଯାଉଛି । ଏହି ଘଟଣାର ତଦନ୍ତ ପାଇଁ ଏକ ମେଡିକାଲ ଟିମ ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking