27.1 C
Bhubaneswar
Tuesday, May 14, 2024
Homeଅପରାଧନର ରାକ୍ଷସମାନେ ନାବାଳିକାଙ୍କ ସହ ଯାହା କଲେ ଜାଣିଲେ ଲୋମ ଟାଙ୍କୁରୀ ଉଠିବ....

ନର ରାକ୍ଷସମାନେ ନାବାଳିକାଙ୍କ ସହ ଯାହା କଲେ ଜାଣିଲେ ଲୋମ ଟାଙ୍କୁରୀ ଉଠିବ….

ନୂଆଦିଲ୍ଲୀ: ୧୬ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ଧାରୁଆ ଅସ୍ତ୍ର ପୂରାଇଦେଇଛନ୍ତି ଦୁର୍ବୃତ୍ତ । ଖାଲି ସେତିକି ନୁହେଁ ଅତ୍ୟାଚାର କରି ରକ୍ତାକ୍ତ ଅବସ୍ଥାରେ ଏକ ଫ୍ଲାଏ ଓଭରବ୍ରିଜ୍ ଉପରୁ ତଳକୁ ଫିଙ୍ଗିଦେଇଛନ୍ତି ଯୌନ ରାକ୍ଷସ ମାନେ । ଏହିଭଳି ଏକ ଲୋକଟାଙ୍କୁରା ଘଟଣା ଘଟିଛି ରାଜସ୍ଥାନର ଅଲୱର୍ ଜିଲ୍ଲାରେ । ପ୍ରାଇଭେଟ୍ ପାର୍ଟରେ ଧାରୁଆ ଅସ୍ତ୍ର ପୂରାଇବା କଥା ପୀଡ଼ିତାଙ୍କ ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି । ତେବେ ଏହି ଘଟଣା କିଛି ଦିନ ତଳର ହୋଇଥିବା ସୂଚନା ମିଳିଛି । ଚଳିତ ସପ୍ତାହ ଆରମ୍ଭରେ ଅଲୱର୍ ଓଭରବ୍ରିଜ୍ ତଳେ ଜଣେ ଯୁବତୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ସେ ଜଣେ ବିକଳାଙ୍ଗ ହୋଇଥିବା ମଧ୍ୟ ପୋଲିସ କହିଛି । ମଙ୍ଗଳବାର ପୀଡ଼ିତାଙ୍କୁ ପ୍ରଥମେ ଅଲୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରରୁ ବହୁ ପରିମାଣରେ ରକ୍ତ ବୋହିଯାଇଥିବାରୁ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ଏହାପରେ ବୁଧବାର ଜୟପୁରର ଜେ କେ ଲୋନ୍ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା । ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି । ଏନେଇ ମେଡିକାଲ୍ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ତେବେ ଡାକ୍ତରଙ୍କ କହିଛନ୍ତି ଯେ, ଗଣଦୁଷ୍କର୍ମ ପରେ ତାଙ୍କର ଗୁପ୍ତାଙ୍ଗରେ କୌଣସି ଧାରୁଆ ଅସ୍ତ୍ର ପୂରାଇ ଦିଆଯାଇଥିଲା । ଯାହାଫଳରେ ଇଣ୍ଟରନାଲ୍ ଇନଜ୍ୟୁରି ହୋଇଛି । ତାଙ୍କର ଇଣ୍ଟରନାଲ୍ ଅର୍ଗାନରେ ଆଘାତ ଲାଗିଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜସ୍ଥାନର ମହିଳା ଓ ଶିଶୁ ସୁରକ୍ଷା ବିକାଶ ମନ୍ତ୍ରୀ ମମତା ଭୁପେଶ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରିବାକୁ କହିଛନ୍ତି । ତେବେ ମମତା ଭୁପେଶ ପୀଡ଼ିତାଙ୍କୁ ପରିବାରକୁ ୬ ଲକ୍ଷ ଟଙ୍କା ସହାୟତା ରାଶି ଦେବା ନେଇ ଘୋଷଣା କରିଛନ୍ତି । ଏଥିମଧ୍ୟରୁ ୫ ଲକ୍ଷ ଟଙ୍କା ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଦିଆଯାଉଥିବା ବେଳେ ବାକି ଏକ ଲକ୍ଷ ଟଙ୍କା ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦିଆଯିବ । ପୀଡ଼ିତାଙ୍କ ବାପା ଶ୍ରମିକ ଭାବରେ କାମ କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking