31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଜୋସ୍‌ରେ ହଜିଗଲା ହୋସ୍‌, ଶେଷରେ କ’ଣ ଘଟିଲା ପୁରା ଘଟଣା ଜାଣନ୍ତୁ....

ଜୋସ୍‌ରେ ହଜିଗଲା ହୋସ୍‌, ଶେଷରେ କ’ଣ ଘଟିଲା ପୁରା ଘଟଣା ଜାଣନ୍ତୁ….

ବ୍ରିଟେନ : ଏକ କପଲ ନିଜ ତୃତୀୟ ପ୍ରେମ ବାର୍ଷିକୀରେ ଏତେ ଏକ୍ସାଇଟେଡ୍ ହୋଇଯାଇଥିଲେ ଯେ ସେମାନଙ୍କୁ ଶେଷରେ ହସ୍ପିଟାଲରେ ଆଡମିଟ୍ ହେବାକୁ ପଡ଼ିଛି । ମାତ୍ରାଧିକ ଯୌନ ଉଦ୍ଦୀପକ ଖାଇବା ସହ ମଦ ପିଇବାରୁ ପ୍ରେମିକ ଜଣକ ଶାରୀରିକ ସମ୍ପର୍କ ବେଳେ ଲହୁଲୁହାଣ ହୋଇଯାଇଛନ୍ତି । ଫଳରେ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରିବା ଭଳି ସ୍ଥିତି ଉପୁଜିଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ଜଣାପଡ଼ିଛି ଯେ ବୟଫ୍ରେଣ୍ଡଙ୍କ ପ୍ରାଇଭେଟ୍ ପାର୍ଟ ଫ୍ରାକ୍‌ଚର ହୋଇଯାଇଛି । ଏଣୁ ତୁରନ୍ତ ତାଙ୍କୁ ଅପରେସନ୍ କରିବାକୁ ପଡ଼ିଥିବା ଜଣାଯାଇଛି । ଏହି ଘଟଣା ବ୍ରିଟେନ୍‌ର ବୋଲି ଜଣାପଡ଼ିଛି । ମେକ୍‌ଅପ୍ ଆର୍ଟିଷ୍ଟ ଇଜାବେଲ ବୁଲ୍କ(୨୫) ଓ ତାଙ୍କ ବୟଫ୍ରେଣ୍ଡ୍ ରବ୍ ଏଣ୍ଡ୍ର‌୍ୟୁ(୩୨) ନିଜ ତୃତୀୟ ରିଲେସନ୍‌ସିପ୍ ଆନିଭର୍ସରୀ ସେଲିବ୍ରେଟ୍ କରିବା ପାଇଁ ଖାସ୍ ପ୍ରସ୍ତୁତି କରିଥିଲେ । ଏଥିପାଇଁ ସେମାନେ ସହର ଠାରୁ ଦୂରରେ ଏକ ସୁନ୍ଦର ସ୍ଥାନରେ ରୁମ୍ ବୁକ୍ କରିଥିଲେ । ଆନିଭର୍ସରୀକୁ ଆଡଭେଞ୍ଚରସ୍ କରିବା ପାଇଁ ସେମାନେ କେତେକ ଜିନିଷ ବି ସାଙ୍ଗରେ ନେଇଥିଲେ । ସେମାନେ ଏତେ ଏକ୍ସାଇଟେଡ୍ ହୋଇଯାଇଥିଲେ ଯେ ମାତ୍ର କିଛି ସମୟ ମଧ୍ୟରେ ୩ଟି ମଦ ବୋତଲ ଶେଷ କରି ଦେଇଥିଲେ । ନିଶାସକ୍ତ ଅବସ୍ଥାରେ ହିଁ ବୟଫ୍ରେଣ୍ଡ ଯୌନ ଉଦ୍ଦୀପକ ବଟିକା ଖାଇ ଦେଇଥିଲେ । ଫଳରେ ସେ ଜାଣିପାରି ନଥିଲେ ଯେ ସେ ଅଧିକ ଉତ୍ତେଜିତ ହୋଇ ଶାରୀରିକ ସମ୍ପର୍କ ରଖିଛନ୍ତି । ସମ୍ବନ୍ଧ ବେଳେ ତାଙ୍କ ପ୍ରାଇଭେର୍ଟ ପାର୍ଟ ଉପରେ ପ୍ରବଳ ଚାପ ପଡ଼ିଥିଲା, ଫଳରେ ତାହା ଫ୍ରାକ୍‌ଚର ହୋଇଯାଇଥିଲା । ଅବସ୍ଥା ସାଂଘାତିକ ହେବାରୁ ଆମ୍ବୁଲାନ୍ସ ଡକାଇ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମଧ୍ୟ ସ୍ପଷ୍ଟ କରିଥିଲେ ଯେ ସମ୍ବନ୍ଧ ବେଳେ ହିଁ ବୟଫ୍ରେଣ୍ଡଙ୍କ ଗୁପ୍ତାଙ୍ଗରେ ଫ୍ରାକ୍‌ଚର ଆସିଛି । ଏଣୁ ତାଙ୍କର ଅପରେସନ୍ କରାଯାଇଥିଲା । କିଛି ଦିନ ଚିକିତ୍ସାଧୀନ ରହିବା ପରେ ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି । ଡାକ୍ତରଙ୍କ କହିବାନୁସାରେ, ପୁରୁଷଙ୍କ ପ୍ରାଇଭେର୍ଟ ପାର୍ଟରେ କୌଣସି ହାଡ଼ ନ ଥାଏ, କିନ୍ତୁ ଉତ୍ତେଜିତ ଥିବା ଅବସ୍ଥାରେ ଯଦି ପ୍ରାଇଭେର୍ଟ ପାର୍ଟ ମୋଡ଼ି ହୋଇଯାଏ, ତେବେ ରକ୍ତ ପ୍ରବାହିତ ହେଉଥିବା ଶିରା ଫାଟିଯାଏ । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ, କିନ୍ତୁ କିଛି ଲୋକ ଲାଜରେ ଏନେଇ ଡାକ୍ତରଙ୍କ ପାଖକୁ ଯାଇ ନ’ଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking