29.1 C
Bhubaneswar
Tuesday, May 7, 2024
Homeକରୋନାସାରା ଦେଶରେ କରୋନା ଟୀକାକରଣ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ସାରା ଦେଶରେ କରୋନା ଟୀକାକରଣ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ ବହୁ ପ୍ରତିକ୍ଷିତ କରୋନା ଟୀକାକରଣର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ୩୬୦୦ଟି ଟୀକାକରଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ଟିକା ବିକାଶରେ ଜଡିତ ଓ ଗବେଷଣାରତ ସମସ୍ତ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଟିକା ବିକଶିତ କରିବା ପାଇଁ ବହୁ ବର୍ଷ ଲାଗିଥାଏ କିନ୍ତୁ ଆମ ବୈଜ୍ଞାନିକମାନେ ବହୁତ କମ ସମୟରେ ମେଡ଼ ଇନ ଇଣ୍ଡିଆ ଅଧୀନରେ ଦୁଇ ଦୁଇଟି କରୋନା ଟୀକାର ବିକାଶ କରିବାରେ ସଫଳ ହୋଇଛନ୍ତି। ସେ ଜନସାଧାରଣଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସମସ୍ତେ ଏହି ଟୀକାର ଦୁଇଟି ଡୋଜ ନେବା ଅତ୍ୟନ୍ତ ଜରୁରୀ ଅଟେ। ଏହି ଟୀକାର ଦୁଇଟି ଡୋଜ ମଧ୍ୟରେ ପ୍ରାୟତଃ ଏକ ମାସର ବ୍ୟବଧାନ ରହିବ ଓ ଦ୍ଵିତୀୟ ଡୋଜ ନେବାର ୨ ସପ୍ତାହ ପରେ ଶରୀରରେ କରୋନାକୁ ପ୍ରତିହତ ନିମନ୍ତେ ପ୍ରତିରୋଧକ ସୃଷ୍ଟି ହେବ।

ପୂର୍ବରୁ ଏହି ଭଳି ଟୀକାକରଣ ହୋଇସାରିଛି ବୋଲି କହିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଏ ବିଶ୍ୱର ଏଭଳି ୧୦୦ରୁ ଅଧିକ ଦେଶ ରହିଛି ଯେଉଁମାନଙ୍କ ଜନସଂଖ୍ୟା ୩ କୋଟିରୁ କମ ଅଟେ। ସେ କହିଛନ୍ତି, ଭାରତ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟୀକାକରଣ କରିବାକୁ ଯାଉଛି। ଏହାର ଦ୍ଵିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟୀକାକରଣ କରାଯିବ। ଯେଉଁମାନେ ବୟସ୍କ ଓ ଯେଉଁମାନେ ରୋଗଗ୍ରସ୍ତ ସେମାନଙ୍କୁ ଏହି ପର୍ଯ୍ୟାୟରେ ଟୀକାକରଣ କରାଯିବ। ସେ କହିଛନ୍ତି ଯେ ଏହା ଆମ ପାଇଁ ଚିନ୍ତା କରିବାର ସମୟ କାରଣ ୩୦ କୋଟିରୁ ଅଧିକ ଜନସଂଖ୍ୟା ଥିବା ୩ଟି ଦେଶ ଭାରତ, ଚୀନ ଓ ଆମେରିକା ରହିଛି। ଆମ ଦେଶର ବୈଜ୍ଞାନିକ, ଆମ ମେଡିକାଲ ବ୍ୟବସ୍ଥା ଓ ଚିକିତ୍ସା ପ୍ରକ୍ରିୟା ସାରା ବିଶ୍ୱରେ ଅତ୍ୟନ୍ତ ବିଶ୍ୱସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking