28.1 C
Bhubaneswar
Sunday, July 13, 2025
Homeଦେଶ ବିଦେଶଡାଏମଣ୍ଡ ପ୍ରିନ୍‌ସେସ ଜାହାଜରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଡାଏମଣ୍ଡ ପ୍ରିନ୍‌ସେସ ଜାହାଜରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜାପାନର ୟୋକୋହାମା ବନ୍ଦରରେ ଲାଗିଥିବା ଡାଏମଣ୍ଡ ପ୍ରିନ୍‌ସେସ ଜାହାଜରେ ପ୍ରଥମ କରୋନା ମୃତ୍ୟୁ ସାମ୍ନାକୁ ଆସିଛି। ଜାହାଜରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣେ ମହିଳା ଏବଂ ଜଣେ ପୁରୁଷ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଜାହାଜରେ ଥିବା ପ୍ରାୟ ୧୪୦ ଭାରତୀୟଙ୍କ ମଧ୍ୟରୁ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଜାହାଜରେ ଥିବା ଭାରତୀୟମାନେ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କରୋନା ଯୋଗୁ ପ୍ରାଣ ହରାଇଥିବା ୨ ଯାତ୍ରୀଙ୍କ ବୟସ ପ୍ରାୟ ୮୦ ବର୍ଷ ଥିଲା। ଜାହାଜରେ ୩୭୦୦ରୁ ଅଧିକ ଲୋକ ଥିବାବେଳେ ୬୦୦ରୁ ଅଧିକ ଯାତ୍ରୀ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି।
https://onakhabar.com/2020/02/20/8-killed-several-injured-in-germany-shooting/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking