27.8 C
Bhubaneswar
Friday, April 19, 2024
Homeଓଡିଶାବାରିପଦା ଆର.ଇ ଓ୍ବାନ କାର୍ଯ୍ୟାଳୟରେ ରାତିରେ ଚାଲିଛି ଅନୈତିକ କାମ

ବାରିପଦା ଆର.ଇ ଓ୍ବାନ କାର୍ଯ୍ୟାଳୟରେ ରାତିରେ ଚାଲିଛି ଅନୈତିକ କାମ

ମୟୁରଭଞ୍ଜ : ସରକାରୀ ଅଫିସରେ ବେସରକାରୀ ବାବୁଙ୍କ ରାଜ । ଅଫିସ ସାମ୍ନାରେ ତାଲା ଝୁଲୁଥିବା ବେଳେ ପଛପଟେ ରାତି ଅଧିଆ ଅଫିସରେ ବସି କମ୍ପ୍ୟୁଟର ଖୋଲି ଚାଲିଛି କଳା କାରନାମା । ଆଉ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସରକାରୀ ତହବିଲରୁ ମୋଟା ଦରମା ପାଉଥିବା କର୍ମଚାରୀ ମାନେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାରିପଦା ଆର୍.ଆଇ ଅଫିସ ଓ୍ବାନ ରେ । ବୁଧବାର ରାତ୍ରି ୮.୩୦ ମିନିଟ ସମୟରେ ବାରିପଦା ଆର୍.ଆଇ ଓ୍ବାନ କାର୍ଯ୍ୟାଳୟରେ ଉମାଶଙ୍କର ମହାନ୍ତ ନାମକ ଜଣେ ବ୍ୟକ୍ତି ସରକାରୀ ସିଟରେ ବସି କାମ କରୁଥିବା ଦେଖିବାକୁ ମିଳିଥିଲା । ବାରିପଦା ୧୭ ନମ୍ବର ଓ୍ବାର୍ଡ ର ଜଣେ ବ୍ୟକ୍ତି ଙ୍କ ଲିଗାଲ ହେୟାର କଢିଦେବା ପାଇଁ ଡିଲ ମଧ୍ୟ ହୋଇଥିଲା । ଆଉ ଏହି ସମୟରେ ଅଫିସ ରେ କେହି ସରକାରୀ କର୍ମଚାରୀ ନଥିବା ବେଳେ ବେସରକାରୀ ବାବୁଙ୍କୁ ଟଙ୍କା ଦେବାକୁ ଉଚିତ ମଣିନଥିଲେ ଉକ୍ତ ବ୍ୟକ୍ତି ଜଣକ । ସିଟରେ ବସିଥିବା ବ୍ୟକ୍ତି ଙ୍କୁ ତାଙ୍କ ପରିଚୟ ପଚାରିବାରୁ ସେ ନିଜେ ଆର୍.ଆଇ ବୋଲି ପରିଚୟ ଦେବା ସହ କାମ କରିଦେବାପାଇଁ ଟଙ୍କା ମାଗିଥିଲେ ବୋଲି କହିଛନ୍ତି ଜଣେ ସ୍ଥାନୀୟ ବାସିନ୍ଦା ।
ତେବେ ଏହି ବ୍ୟକ୍ତି ଜଣକ ଆଗରୁ ମଧ୍ୟ ଏହି ଅଫିସରେ ବସି ଦଲାଲି କରୁଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି ଲିଗାଲ ହେଆର ନେବାକୁ ଆସିଥିବା ବ୍ୟକ୍ତି ଜଣକ ।ଏତାଦୃଶ କାର୍ଯ୍ୟ ପରେ ସେଠାରେ ସ୍ଥାନୀୟ ଲୋକ ପହଞ୍ଚି ବାରିପଦା ଟାଉନ ପୋଲିସ କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦଲାଲ୍ ଉମାଶଙ୍କର ଙ୍କୁ ଥାନା କୁ ନେବା ସହ ଏବିଷୟରେ ଅଧିକ ତଦନ୍ତ ଜାରି ରଖିଛି। ପରେ ପରେ ଖବରପାଇ ବାରିପଦା ତହସିଲଦାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଏ ସଂକ୍ରାନ୍ତରେ ତଦନ୍ତ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ସୂଚନା ମଧ୍ୟ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking