40.1 C
Bhubaneswar
Thursday, April 25, 2024
Homeଅପରାଧମରିଗଲା ମଣିଷପଣିଆ

ମରିଗଲା ମଣିଷପଣିଆ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ମା’କୁ ହାଣିବାକୁ ପଛାଇଲାନି ପୁଅ । ଯେଉଁ ମା’ ଦୁଃଖ କଷ୍ଟ ସହି ପୁଅକୁ ଜନ୍ମ ଦେଇଥିଲା, ବାପାଙ୍କ ଦେହାନ୍ତ ପରେ ବଡ଼ କରିଥିଲା । ମାତ୍ର କିଛି ସମ୍ପତ୍ତି ପାଇଁ ସବୁ ସମ୍ପର୍କକୁ ଭୁଲିଗଲା । ପୁଅର ଆକ୍ରମଣରେ ମା’ ଆହତ । ଆହତ ଅବସ୍ଥାରେ ଚିକିତ୍ସା ଲାଗି ସାନପୁଅ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ।
ସୂଚନା ଅନୁସାରେ, ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ସେମାନଙ୍କ ଭିତରେ କିଛି ଦିନ ହେଲା କଳହ ଲାଗି ରହିଥିଲା । ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଆଜି ଦୁଇଭାଇଙ୍କ ଭିତରେ ବଚସା ହୋଇଥିଲା । ଏଥିରେ ମା’ ହସ୍ତକ୍ଷେପ କରିବାରୁ ବ୍ରହ୍ମାନନ୍ଦ ତାଙ୍କୁ ଆକ୍ରମଣ କରିଥିଲା । ଏ ନେଇ ସାନପୁଅ ପ୍ରମୋଦ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ବ୍ରହ୍ମାନନ୍ଦକୁ କୋର୍ଟଚାଲାଣ କରିଛି ।
https://onakhabar.com/2020/02/20/murder-case-56/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking