33.1 C
Bhubaneswar
Friday, April 26, 2024
Homeକରୋନାଭାରତ : କରୋନା ନେଲା ୩ ମୁଣ୍ଡ

ଭାରତ : କରୋନା ନେଲା ୩ ମୁଣ୍ଡ

ମୁମ୍ବାଇ:ମହାମାରୀ କରୋନା ଭୂତାଣୁ ଭାରତରେ ତୃତୀୟ ମୁଣ୍ଡ ନେଇଛି। ମହାରାଷ୍ଟ୍ରରେ ଏଭଳି ଘଟଣା ଘଟିଥିବା ଜାଣିବାକୁ ମିଳିଛି। ଏହା ପୂର୍ବରୁ ପ୍ରଥମେ କର୍ଣ୍ଣାଟକାରେ ଏବଂ ପରେ ଦିଲ୍ଲୀରେ ୨ ଜଣଙ୍କର ଜୀବନ ଯାଇଥିଲା।ଆଜି ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ମୃତ୍ୟୁବେଳକୁ ୬୪ ବର୍ଷ ବୟସ ହୋଇଥିଲା ବୋଲି ଜଣାପଡିଛି ।
ମାର୍ଚ୍ଚ ୧୭ ସୁଦ୍ଧା ମୋଟ ୧୨୫ ଜଣଙ୍କଠାରେ କରୋନା (କୋଭିଡ୍‌-୧୯) ଭୂତାଣୁ ପଜିଟିଭ୍‌ ରହିଥିବା ଚିହ୍ନଟ କରାଯାଇ ସାରିଛି। ସର୍ବପ୍ରଥମେ କର୍ଣ୍ଣାଟକାରେ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ସେ ସାଉଦି ଆରବରୁ ଫେରିଥିଲେ। ତାଙ୍କ ଶରୀରରେ କରୋନା ଭୂତାଣୁ ଥିବା ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା କରାଯାଉଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦିଲ୍ଲୀର ଜନକପୁରୀର ଜଣେ ୬୯ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଆରଏମ୍ଏଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ପ୍ରାଣ ହରାଇଥିବା ମହିଳାଙ୍କର ଉକ୍ତ ରକ୍ତଚାପ ଓ ଡାଇବେଟିସ୍‌ ଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking