38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗରାଜ୍ୟରେ ଆଉ ୪୦୭ କୋରନା ଆକ୍ରାନ୍ତ ,୫ ମୃତ

ରାଜ୍ୟରେ ଆଉ ୪୦୭ କୋରନା ଆକ୍ରାନ୍ତ ,୫ ମୃତ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟ ମଧ୍ୟରେ ୪୦୭ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ କ୍ୱାରେନଟାଇନରୁ ୨୩୬ ଜଣ ଓ ୧୭୧ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡ଼ରୁ ସର୍ବାଧିକ ୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪୭୯୬ ହୋଇଥିଲା ବେଳେ ସୁସ୍ଥ ହୋଇଛନ୍ତି ୩୧୯୮୫୯ ଜଣ । ତେବେ ୩୦୭୩ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ତରଫରୁ ସୂଚନା ମିଳିଛି ।

ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ସୁଧାର ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ଜଣଙ୍କ କୋରନାରେ ମୃତ୍ୟୁ ଘଟିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking