34.1 C
Bhubaneswar
Tuesday, March 18, 2025
Homeଦେଶ ବିଦେଶଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯,୩୬୧ କରୋନା ସଂକ୍ରମିତ ଚିହ୍ନଟ, ୪୧୬ ମୃତ୍ୟୁ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯,୩୬୧ କରୋନା ସଂକ୍ରମିତ ଚିହ୍ନଟ, ୪୧୬ ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୩୬୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଦିନରେ ୩୫,୯୬୮ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ କରୋନାରୁ ଆରୋଗ୍ୟ ହାର ୯୭.୩୫% ହୋଇଛି। ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୦୫,୭୯,୧୦୬ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି। ସଂପ୍ରତି ୪,୧୧,୧୮୯ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ଦେଶରେ ୪୫.୭୪ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଦୈନିକ ସଂକ୍ରମଣ ହାର ୩.୪୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୧% ରହିଥିବା ଜଣାଯାଇଛି। ଏହି ସମୟ ମଧ୍ୟରେ ମୋଟ ୪୩,୫୧ କୋଟି ପାନ ଟିକା ଦିଆଯାଇସାରିଛି। ଏଥିସହିତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪,୨୦,୯୬୭କୁ ବୃଦ୍ଧିପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking