31.1 C
Bhubaneswar
Tuesday, May 26, 2026
Homeଅପରାଧହୋଲିରେ ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା

ହୋଲିରେ ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା

ବାଲେଶ୍ୱର: ଜଳେଶ୍ୱରରେ ଲଜ୍ଜ୍ୟା। ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ହୋଲିରେ ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା। କୁକର୍ମ କରି ଫେରାର ହୋଇଯାଇଛି ଅଭିଯୁକ୍ତ। ଏଭଳି ଅଭାବନୀୟ ଘଟଣା ଜଳେଶ୍ୱର ଥାନା ଅନ୍ତର୍ଗତ ବଡସାହି ବାଲିଆପାଳ ଗ୍ରାମର ଘଟିଛି। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଶନିବାର ଅପରାହ୍ନରେ ବଡ଼ସାହି ବାଲିଆପାଲ ଗ୍ରାମର ଜଣେ ସମ୍ପର୍କୀୟ କାକା କାଳିଆ ସାହୁଙ୍କ ସହିତ ସିଂଲା ବଜାରକୁ ଆଧାର କାର୍ଡ ସଂଶୋଧନ କରିବା ପାଇଁ ଯାଇଥିଲେ ପ୍ରଭାକର ଜେନା ।

ଫେରିବା ସମୟରେ ସନ୍ଧ୍ୟାର ସୁଯୋଗ ନେଇ ପ୍ରଭାକରକୁ ମଦ ପିଆଇ ନିଶାସକ୍ତ କରାଇଥିଲେ କାଳିଆ। ପରେ ଅନ୍ୟ ଏକ କାମ ପାଇଁ ନାଇକୁଡି ଅଞ୍ଚଳକୁ ପଠାଇ ଦେଇଥିଲେ। ଏହ ସୁଯୋଗ ନେଇ ପୁତୁରା ବୋହୂକୁ ଘରେ ଛାଡି ଦେବେ ବୋଲି କହି ସାଙ୍ଗରେ ନେଇ ଯାଇଥିଲେ। ଫେରିବା ବାଟରେ ଏକ ନିଛାଟିଆ ରାସ୍ତାରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଖବର ପାଇ ଗ୍ରାମର କିଛି ବ୍ୟକ୍ତି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ। ମାତ୍ର ପୋଲିସ ସମ୍ପର୍କିତ ଘଟଣା ହୋଇ ଥିବାରୁ ପୋଲିସର ଅଭିଯୋଗ କରିବା ପାଇଁ କହିଥିଲେ ଡାକ୍ତର। ଶନିବାର ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ବାଲେଶ୍ୱର ନେଇଥିଲେ। ମାତ୍ର ମହିଳା ଡ଼ାକ୍ତର ନଥିବାରୁ ଫେରି ଆସିଛନ୍ତି। ତେବେ ଆଜି ଜଳେଶ୍ୱର ଥାନାରେ ପୋଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking