32.1 C
Bhubaneswar
Thursday, May 2, 2024
Homeଓଡିଶା୧୫୧ ବାଟାଲିୟନ ବିଏସଏଫ ଯବାନଙ୍କ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ 

୧୫୧ ବାଟାଲିୟନ ବିଏସଏଫ ଯବାନଙ୍କ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ବୈପାରିଗୁଡା: ପରିବେଶ ତଥା ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବା ତଥା ଜୈବ ବିବିଧତା ନିମନ୍ତେ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।ଏହାକୁ ହୃଦୟଙ୍ଗମ କରି ବୈପାରିଗୁଡା ଠାରେ ଥିବା ୧୫୧ବାଟାଲିୟନ ବିଏସଏଫ ଯବାନଙ୍କ ପକ୍ଷରୁ ବୈପାରିଗୁଡା ସ୍ଥିତ ବିଏସଏଫ କ୍ୟାମ୍ପ ସମ୍ମୁଖରେ ଏବଂ କ୍ୟାମ୍ପ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କେନ୍ଦ୍ରୀୟ ଗୃହମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ସ୍ଥିତ ୧୫୧ବାଟାଲିୟନ ବିଏସଏଫ ଯବାନଙ୍କ ପକ୍ଷରୁ ୧ଶହରୁ ଉର୍ଦ୍ଧ୍ବ ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିବା ଦେଖିବାକୁ ମିଳିଛି ।ବୃକ୍ଷରୋପଣ କରାଯିବା ସମୟରେ ବିଏସଏଫ କମାଣ୍ଡାଣ୍ଟ ଶ୍ରୀ ଅଜୟ କୁମାର ଙ୍କ ସମେତ ଶତାଧିକ ବିଏସଏଫ ଯବାନ ଉପସ୍ଥିତ ରହି ୧ଶହ ରୁ ଉର୍ଦ୍ଧ୍ବ ଚାରା ବୃକ୍ଷରୋପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking