36.1 C
Bhubaneswar
Monday, May 20, 2024
Homeଓଡିଶାକରୋନା କଟକଣାକୁ ବିଧାୟକଙ୍କ ଫୁ

କରୋନା କଟକଣାକୁ ବିଧାୟକଙ୍କ ଫୁ

ଭୁବନେଶ୍ୱର: ବର୍ତମାନ ମହାମାରୀ କରୋନା ସଂକ୍ରମଣ ଜାରି ରହିଛି । ରାଜ୍ୟରେ ଦୈନିକ ଦୁଇ ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗହଳି ଏଡାଇବା ସହିତ ବିଭିନ୍ନ ପ୍ରକାର ଭୋଜି କାର୍ଯ୍ୟକ୍ରମ, ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ସରକାର ରୋକ ଲଗାଇଛନ୍ତି । ହେଲେ ଏହି ସମସ୍ତ କଟକଣାକୁ ବେଖାତିର କରି ବିରାଟ ଭୋଜିର ଆୟୋଜନ କରିଛନ୍ତି ଖୋଦ୍ ଶାସକ ଦଳର ବିଧାୟକ ।
କରୋନା କଟକଣାକୁ ବାଏଁ ବାଏଁ ଉଡାଇଛନ୍ତି ଗଂଜାମ ଜିଲ୍ଲା ସୋରଡାର  ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ନିଜ ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ କଟକଣାର ଧଜିଆ ଉଡାଇଛନ୍ତି ପୂର୍ଣ୍ଣ । ଶ୍ରାଦ୍ଧ ବାର୍ଷିକୀରେ ନିଜ ଗାଁ ଅମୃତୁଲୁରେ ବିରାଟ ଭୋଜିର ଆୟୋଜନ କରିଛନ୍ତି ପୂର୍ଣ୍ଣ । କଟକଣାକୁ ଜଳାଂଜଳୀ ଦେଇ ଶହଶହ ଲୋକଙ୍କୁ ଭୋଜି ଖୁଆଇଛନ୍ତି । ପାଖକୁ ପାଖ ବସି ଗାଁ ପଙ୍ଗତରେ ସମସ୍ତେ ଏକାଠି ଭୋଜି ଖାଇଛନ୍ତି । ଭୋଜିଭାତ ସହିତ ରକ୍ତଦାନ ଶିବିର, ସ୍ମୃତି ମଣ୍ଡପ ବି ଉଦଘାଟନ କରିଛନ୍ତି । କରୋନା ପାଇଁ ଭୋଜିଭାତ ବାରଣ ଥିଲେ ବି ବିଧାୟକ ମାନିନଥିଲେ । ଏନେଇ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ କି ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking