ଭୁବନେଶ୍ୱର : ସାରାଦେଶରେ ଯେଉଁଭଳି କରୋନାର ସଂକ୍ରମଣ ବଢି ଚାଲିଛି, ଏହାକୁ ନେଇ ସତର୍କ ହେବାର ବେଳ ଆସିଛି । ଯଦିଓ ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି । ମହାମାରୀ କରୋନା ଧିରେ ଧିରେ ଏବେ ଉପରମୁହାଁ ହେବାରେ ଲାଗିଛି । ଏବେଠୁ ସତର୍କ ନହେଲେ ପୁଣି ପରିସ୍ଥିତି ଅସମ୍ଭାଳ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ରୂପରେ କରୋନା ଓ ଆମ ସତର୍କତା ନାଁରେ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କେରଳ, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଓ ହରିଆଣାରେ କରୋନା ଉପରମୁହାଁ ହେବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଜାରି ନିର୍ଦ୍ଦେଶାବଳୀରେ କେତେକ ସତର୍କତା ନେଇ ପରାମର୍ଶ ଦିଆଯାଇଛି ।
କରୋନାର ନୂଆ ଲକ୍ଷଣ :
– ଦେହ, ହାତ ଅବଶ ଲାଗିବା
– ଭୋକ ନହେବା
– ମୁଣ୍ଡ ବିନ୍ଧା, ଦେହ, ହାତ ସାମାନ୍ୟରୁ ମଧ୍ୟମ ଘୋଳା ବିନ୍ଧା
– ନୂଆ କରି ଚର୍ମରୋଗ ଦେଖାଦେବା
– ଚର୍ମ କୁଣ୍ଡାଇ ହୋଇ ନାଲି କିମ୍ବା ନୀଳ ପଡିବା
– ଗଳା ଦରଜ ଓ ନାକ ଚୁଂଟି ହେବା
– ସାମାନ୍ୟ କାଶ ହେବା ସହ ଛାତିରେ ଯନ୍ତ୍ରଣା ହେବା