31.1 C
Bhubaneswar
Monday, April 27, 2026
Homeଦେଶ ବିଦେଶଭାରତ - ଚୀନର ଜନସଂଖ୍ୟା ଖୁବ୍ ମାତ୍ରାରେ ହ୍ରାସ ପାଇଯିବ : ଏଲନ ମସ୍କ

ଭାରତ – ଚୀନର ଜନସଂଖ୍ୟା ଖୁବ୍ ମାତ୍ରାରେ ହ୍ରାସ ପାଇଯିବ : ଏଲନ ମସ୍କ

ନୂଆଦିଲ୍ଲୀ : ଟେସଲା ଓ ସ୍ପେସଏକ୍ସର ସିଇଓ ଏଲନ ମସ୍କ ନିକଟରେ ବୈଶ୍ୱିକ ଜନସଂଖ୍ୟା ହ୍ରାସ ହେବା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଏକ୍ସ (ଟ୍ୱିଟର)ରେ ଏକ ପୋଷ୍ଟ ସେୟାର କରି ଏହାକୁ ବିଶ୍ୱର ସବୁଠୁ ବଡ଼ ସମସ୍ୟା କହିଛନ୍ତି। ମସ୍କ ଟେସ୍ଲା ଓନର୍ସ ସିଲିକନ୍ ଭ୍ୟାଲି ଆକାଉଣ୍ଟ ଦ୍ୱାରା ସେୟାର କରାଯାଇ ଥିବା ଏକ ଗ୍ରାଫକୁ ରିଟ୍ୱିଟ୍ କରିଛନ୍ତି , ଯେଉଁଥିରେ ୨୦୧୮ରୁ ୨୧୦୦ ମଧ୍ୟରେ ମଧ୍ୟରେ ବିଶ୍ୱର କିଛି ପ୍ରମୁଖ ଦେଶର ଜନସଂଖ୍ୟାରେ ହେବାକୁ ଥିବା ପରିବର୍ତ୍ତନକୁ ଦର୍ଶାଯାଇଛି। ଅର୍ଥାତ୍ ଆଗାମୀ ୭୬ ବର୍ଷରେ ଭାରତ ସହ ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶର ଜନସଂଖ୍ୟା ଖୁବ୍ ଜୋରରେ ହ୍ରାସ ପାଇବ। ଗ୍ରାଫ୍‌ରେ ଚୀନ, ଭାରତ ନାଇଜେରିଆ, ଆମେରିକା , ଇଣ୍ଡୋନେସିଆ ଓ ପାକିସ୍ତାନ ସହ ଅନେକ ଦେଶର ଜନସଂଖ୍ୟାରେ ପରିବର୍ତ୍ତନର ତଥ୍ୟ ସାମିଲ ଥିଲା। ପୋଷ୍ଟରେ ଲେଖା ଯାଇ ଥିଲା, “ ଜନସଂଖ୍ୟାର ପତନ ମାନବତା ପାଇଁ ସବୁଠୁ ବଡ଼ ବିପଦ…ଏଲନ ମସ୍କ।” ମସ୍କ ଏହି ବୟାନ ଉପରେ ନିଜର ସହମତି ଦର୍ଶାଇ କେବଳ “ହଁ” ଲେଖିଛନ୍ତି।

ବିଶେଷଜ୍ଞ ଦୀର୍ଘ ଦିନରୁ ଏହା ସଙ୍କେତ ଦେଇ ଆସୁଛନ୍ତି କି, ବିଶ୍ୱ ଜନସଂଖ୍ୟାରେ ହ୍ରାସ ଆଡ଼କୁ ବଢୁଛି। ହେଲେ, ଏହି ଟ୍ରେଣ୍ଡର ସ୍ପିଡ୍‌? ଓ କେଉଁ କେଉଁ ଦେଶରେ ଏହାର ସବୁଠୁ ଅଧିକ ପ୍ରଭାବ ପଡ଼ିବ, ଏହା ଉପରେ ଏବେ ଖୁବ୍ ତର୍କ ଜାରି ରହିଛି। ଜନସଂଖ୍ୟା ହ୍ରାସର ପ୍ରମୁଖ କାରଣ ମଧ୍ୟରେ ପ୍ରଜନନ ହାରରେ ହ୍ରାସ, ପ୍ରବାସନ ଓ ବାର୍ଦ୍ଧକ୍ୟ ଜନସଂଖ୍ୟା ବୃଦ୍ଧି ସାମିଲ ରହିଛି। ଅନେକ ଦେଶରେ ପ୍ରତି ମହିଳା ପିଛା ହାରାହାରି ପିଲାସଂଖ୍ୟା ୨.୧ରୁ କମ୍ ହୋଇ ଯାଇଛି, ଯାହା ସ୍ଥିର ଜନସଂଖ୍ୟା ଜାରି ରଖିବା ପାଇଁ ଆବଶ୍ୟକ। ୨୦୨୩ରେ, ଇଂଲଣ୍ଡ ଓ ୱେଲ୍ସରେ ପ୍ରତି ମହିଳା ପିଛା ହାରାହାରି ପିଲା ସଂଖ୍ୟା ଖସି ୧.୪୪ ହୋଇ ଯାଇଛି, ଯାହା ଏବେ ସୁଦ୍ଧା ସବୁଠୁ କମ୍ ହାର।

ବୈଶ୍ୱିକ ସ୍ତରରେ ମଧ୍ୟ, ୧୯୬୩ରେ ପ୍ରତି ମହିଳାଙ୍କ ହାରାହାରି ପିଲାସଂଖ୍ୟା ୫.୩ ଥିଲା, ଯାହା ଆଜି ଅଧାରୁ ମଧ୍ୟ କମ୍ ରହି ଯାଇଛି। ୨୦୨୦ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଭାରତ ଓ ଚୀନର ଜନସଂଖ୍ୟାରେ ୨୦୧୮ ପର ଠାରୁ ବଡ଼ ସ୍ତରରେ ହ୍ରାସ ଦେଖିବାକୁ ମିଳିଛି। ଯେଉଁଠି ଭାରତର ଜନସଂଖ୍ୟା ୨୧୦୦ ମସିହା ଯାଏ ହ୍ରାସ ପାଇଁ ୧.୧ ବିଲିୟନ ପାଖାପାଖି ହୋଇଯିବ, ସେଠାରେ ଚୀନ୍‌?ର ଜନସଂଖ୍ୟା ପାଖାପାଖି ୭୩.୧୯ କୋଟି ଯାଏ ହ୍ରାସର ସମ୍ଭାବନା ରହିଛି। ଏହାର ଅର୍ଥ ଯେ, ଚୀନ ୭୩.୧ କୋଟି ଲୋକଙ୍କ ହ୍ରାସର ସାମ୍ନା କରିବ। ନାଇଜେରିଆର ଜନସଂଖ୍ୟା ୨୧୦୦ ଯାଏ ୭୯.୦୧ କୋଟି ଯାଏ ପହଞ୍ଚିବାର ଆଶା ରହିଛି, ସେତେବେଳେ ଏହା ଦୁନିଆର ଦ୍ୱିତୀୟ ସବୁଠୁ ଅଧିକ ଜନସଂଖ୍ୟାର ଦେଶ ହୋଇଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking