35.2 C
Bhubaneswar
Tuesday, April 21, 2026
Homeଓଡିଶାଭୋଟର ତାଲିକାରୁ ୯.୮ ଲକ୍ଷ ନାମ ବାଦ୍: ସିଇସିଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ଭୋଟର ତାଲିକାରୁ ୯.୮ ଲକ୍ଷ ନାମ ବାଦ୍: ସିଇସିଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ନୂଆଦିଲ୍ଲୀ: ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗରେ ବିଜେଡିର ଚିଠି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଛନ୍ତି ବିଜେଡି ସାଂସଦ ସସ୍ମିତ୍ ପାତ୍ର। ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ ବା ଏସ.ଆଇ.ଆରକୁ ନେଇ ଅଭିଯୋଗ ଆଣିଛନ୍ତି ସାଂସଦ ସସ୍ମିତ ପାତ୍ର । ନିର୍ଭୁଲ ଭୋଟର ତାଲିକା ଗଣତନ୍ତ୍ର ପାଇଁ ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରାଥମିକ ଯାଞ୍ଚରେ ଏତେ ସଂଖ୍ୟକ ଭୋଟରଙ୍କ ନାଁ ବାଦ୍ ପଡ଼ିଛି, ଯାହା ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବୋଲି ସସ୍ମିତ ଲେଖିଛନ୍ତି। ପ୍ରକୃତ ଭୋଟର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇପାରନ୍ତି। ଏହା ନିର୍ବାଚନର ନିରପେକ୍ଷତାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ସମ୍ପୂର୍ଣ୍ଣ ପ୍ରକ୍ରିୟାର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking