କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଜଣେ ୨୯ ବର୍ଷୀୟା ବିବାହିତାଙ୍କୁ ଉକ୍ତ ଗ୍ରାମର ଜଣେ ସମବୟସ୍କ ଯୁବକ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଓ ଏହାର ଭିଡିଓ କରି ତାଙ୍କ ସ୍ବାମୀ ଓ ଅନ୍ୟ ସମ୍ପର୍କୀୟ ଲୋକଙ୍କୁ ପଠାଉଥିବା ପାଟଣା ଥାନାରେ ମହିଳା ଜଣକ ଲିଖିତ ଅଭିଯୋଗ କରିଛନ୍ତି। ସଂପୃକ୍ତା ମହିଳାଙ୍କ ସ୍ୱାମୀ ବାହାର ଅଞ୍ଚଳରେ କାମ କରୁଥିବା ସମୟରେ ଗତ ମେ ୨୦୨୫ରେ ଦୁଷ୍କର୍ମ କରାଯିବା ସହ ଯୁବକ ଜଣକ ଏହାର ଭିଡିଓ କରିଥିଲା। ଏନେଇ ମହିଳା ଜଣକ ପାଟଣା ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଏନେଇ ୨୧୨/୨୦୨୬ ମୂଳେ ପୁଲିସ ମାମଲା ରୁଜୁକରି ଥାନାଧିକାରୀ କିରଣ ପ୍ରସାଦ ସାହୁ ନିଜେ ତଦନ୍ତ ଆରମ୍ଭ କରିଛନ୍ତି। ଭିଡିଓ ଭାଇରାଲ କରୁଥିବା ଯୁବକ ଜଣକ ଭାଲୁଘର ଗ୍ରାମର ହରିହର ମହାନ୍ତ(୨୯) ବୋଲି ଅଭିଯୋଗ ହୋଇଛି।










