ଭୁବନେଶ୍ୱର: ଏଥର ଖରା ଛୁଟିରେ ପିଲାଙ୍କୁ ହ୍ୱାଟସଆପରେ ସମର ଲର୍ଣ୍ଣିଂ ବ୍ୟବସ୍ଥା। ଶିଶୁବାଟିକାରୁ ଅଷ୍ଟମ ଯାଏଁ ପିଲାଙ୍କ ପାଇଁ ବ୍ୟବସ୍ଥା ନେଇ ଓସେପାର ଚିଠି । ବାପା ମାଆଙ୍କ ହ୍ୱାଟସ ଆପ ଜରିଆରେ ଛାତ୍ରଛାତ୍ରୀଙ୍କ ଦିଆଯିବ ଆସାଇନମେଣ୍ଟ । ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆସନ୍ତା ୨୫ ସୁଦ୍ଧା ହ୍ୱାଟସଆପ ଗ୍ରୁପ ପାଇଁ ଚିଠି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍କୁଲ ମଧ୍ୟ ଛୁଟି କରାଯାଇଛି । ସ୍ଥିତକୁ ଦେଖି ସ୍କୁଲ ଖୋଲାଯିବ ବୋଲି ସୂଚନା ଦିଆଯାଇଛି ।










