35.2 C
Bhubaneswar
Tuesday, April 21, 2026
Homeଓଡିଶାବିହାରରୁ ଯାଜପୁର ଆସୁଥିବା ୧୩ ନାବାଳକ ଉଦ୍ଧାର

ବିହାରରୁ ଯାଜପୁର ଆସୁଥିବା ୧୩ ନାବାଳକ ଉଦ୍ଧାର

ଭଦ୍ରକ: ବିହାରରୁ ଯାଜପୁର ଆସୁଥିବା ୧୩ ନାବାଳକ ଉଦ୍ଧାର। ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ୍ ଟ୍ରେନରୁ ଉଦ୍ଧାର କରିଛି। ଟ୍ରେନରେ ମଦ୍ରାସାକୁ ପଢ଼ିବା ପାଇଁ ଯାଉଥିବା ବେଳେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଭଦ୍ରକରୁ ପିଛା କରି ଯାଜପୁରରୁ ଯାଉଥିବା ବେଳେ ଉଦ୍ଧାର କରିଛନ୍ତି। ୧୩ ଜଣ ୬ ରୁ ୧୬ ବର୍ଷ ହୋଇଥିବା ସୂଚନା ମିଳିଛି। ରେଳବାଇ ପୋଲିସ ସହାୟତାରେ ଉଦ୍ଧାର କରାଯାଇଥିବା ଜିଲ୍ଲା ସଂଯୋଜକ ସୂଚନା ଦେଇଛନ୍ତି।ଗତ ସପ୍ତାହରେ କଟକ ରେଳ ଷ୍ଟେସନ୍ରୁ ୫୯ ଜଣ ନାବାଳକ ଉଦ୍ଧାର ହୋଇଥିଲେ। ଗତ ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ହାଓଡ଼ା ପୁରୀ ଧଉଳି ଏକ୍ସପ୍ରେସ୍ କଟକ ଷ୍ଟେସନରେ ଲାଗିବା ପରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ୫୯ ଜଣ ନାବାଳକ ବାହାରିଥିଲେ । ଏତେ ସଂଖ୍ୟକ ନାବାଳକଙ୍କୁ ଆରପିଏଫ୍ ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା । ଆର୍ପିଏଫ୍ କର୍ମଚାରୀ ସମସ୍ତ ପିଲାଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରାରୁ ଜଣା ପଡିଥିଲା ଯେ ସମସ୍ତେ ବିହାର ଆରାରିଆ ଜିଲ୍ଲାର ଅଟନ୍ତି । ଏହାପୂର୍ବରୁ ମଧ୍ୟ କଟକ ରେଳ ଷ୍ଟେସନରୁ ୧୨ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking