33.1 C
Bhubaneswar
Friday, April 26, 2024
Homeଓଡିଶାବଲାଙ୍ଗିର ରେ କରୋନା ପ୍ରଭାବ: ଗୁଜବର ଶିକାର ଦମ୍ପତ୍ତି ମେଡିକାଲ କଲେଜରେ ଭର୍ତ୍ତି.. 

ବଲାଙ୍ଗିର ରେ କରୋନା ପ୍ରଭାବ: ଗୁଜବର ଶିକାର ଦମ୍ପତ୍ତି ମେଡିକାଲ କଲେଜରେ ଭର୍ତ୍ତି.. 

ବଲାଙ୍ଗୀର : ସାରା ଦେଶରେ ଏବେ କରୋନା ଆତଙ୍କ । ରୋଗଭୟ ରେ ଲୋକେ ନିଜ ସ୍ୱାଭାବିକ ଜୀବନ ଶୈଳୀରୁ ବଞ୍ଚିତ ହେଉଥିବା ବେଳେ କେତେ ଅଯଥା ଗୁଜବର ଶିକାର ହେଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଂଗୀର ଭୀମ ଭୋଇ ମେଡିକାଲ କଲେଜରେ । କରୋନା ସନ୍ଦେହରେ ଏକ ଦମ୍ପତ୍ତିଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାର ଆଇସୋଲେନ ୱାର୍ଡରେ ଗତ କାଲି ସନ୍ଧ୍ୟାରେ ଭର୍ତି କରାଯାଇଛି । ତେବେ ସନ୍ଦିଗ୍ଧ ଦମ୍ପତ୍ତି ଟିଟିଲାଗଡ ଠିକାଦାର ପଡାର ହୋଇଥିବା ବେଳେ ସେମାନେ କାନାଡାରେ ରହୁଥିବା ଜଣାପଡିଛି । ଜଣେ ସମ୍ପର୍କିୟଙ୍କ ମୃତ୍ୟୁ ହେବାରୁ ସେମାନେ ଟିଟିଲାଗଡ ଆସିଥିଲେ । ଗତ ୧୦ ତାରିଖ ସନ୍ଧ୍ୟାରେ ଟିଟିଲାଗଡରେ ପହଂଚିବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଖରାପ ଥିବା ସେମାନେ ଜଣାଇଥିଲେ । ଯଦିଓ କାନାଡାରୁ ମୁମ୍ବାଇ ଏୟାରପୋର୍ଟ ଓ ରାୟପୁର ଏୟାରପୋର୍ଟ ସେମାନଙ୍କ ପରୀକ୍ଷା କରାଯାଇଥିଲା ଓ ସେମାନେ କରନା ମୁକ୍ତ ଥିବା ଯାଂଚରେ ଜଣାପଡିଥିଲା । କିନ୍ତୁ ଏମାନେ କରୋନା ଆକ୍ରାନ୍ତ ଥିବା ଗୁଜବ ହେବାରୁ ତାଙ୍କୁ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନା ଓ ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା କୁ ଅଣା ଯାଇଥିଲା । ତେବେ ଡାକ୍ତରଙ୍କ ପ୍ରାରମ୍ଭିକ ପରୀକ୍ଷାରୁ ଏମାନେ ସ୍ଵସ୍ଥ ଥିବା ଡାକ୍ତର କହିଥିବା ବେଳେ ପରୀକ୍ଷା ପାଇଁ ନମୁନା ପଠା ଯାଇଛି, ରିପୋର୍ଟ ଆସିବା ପାଇଁ ୫ ରୁ ୭ ଦିନ ଲାଗିବ । ତେବେ ରିପୋର୍ଟ ନ ଆସିବା ପଯ୍ୟନ୍ତ ଦମ୍ପତ୍ତିଙ୍କ ଆଇସିଲେଶନ ୱାର୍ଡ ରେ ରଖାଯିବ ଡାକ୍ତର କହିଥିବା ଦମ୍ପତ୍ତିଙ୍କ ସମ୍ପର୍କିୟ ପ୍ରକାଶ କରିଛନ୍ତି । ତେବେ ରିପୋର୍ଟ ନ ଆସିବ ପଯ୍ୟନ୍ତ ସଠିକ କିଛି କୁହାଯାଇ ପାରିବ ନାହିଁ ବୋଲି ମେଡିକାଲ କଲେଜ ତରଫରୁ କୁହାଯାଇଥିବା ବେଳେ ,ଅଯଥା ଗୁଜବ ଓ ସାମାଜିକ ସୁରକ୍ଷା କୁ ଦୃଷ୍ଟିରେ ରଖି ONA ଉକ୍ତ ଦମ୍ପତ୍ତିଙ୍କ ନାମ ପ୍ରକାଶ କରି ନାହିଁ।
ଏଠାରେ ପ୍ରକାଶଯୋଗ୍ୟ ଯେ , ଏମାନଙ୍କୁ ନେଇ ଟିଟିଲାଗଡରେ ନାନା ପ୍ରକାର ଗୁଜବ ସୃଷ୍ଟି ହୋଇଥିଲା । କାନାଡାରୁ କରୋନା ରୋଗରେ ପିଡିତ ହୋଇ ଦୁଇଜଣ ଆସିଥିବା ଟିଟିଲାଗଡରେ ପ୍ରଚାରିତ ହୋଇଥିଲା । ଫଳରେ ଟିଟିଲାଗଡରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଉଭୟଙ୍କୁ ଗତକାଲି ସଂଧ୍ୟାରେ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତରଖାନାରେ ମେଡିସିନ ସ୍ପେଷାଲିଷ୍ଟ ଉଭୟଙ୍କ ପ୍ରାଥମିକ ଯାଂଚ ଓ ପରୀକ୍ଷା କରିଥିଲେ । ପ୍ରାଥମିକ ପରୀକ୍ଷାରେ ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ତେବେ ରକ୍ତ ନମୁନା ପରୀକ୍ଷା ପଠାଯିବ । ରିପୋର୍ଟ ଆସିବା ପର‌୍ୟ୍ୟନ୍ତ ଏମାନଙ୍କୁ ଆଇସୋଲେସନ ୱାଡରେ ରଖାଯିବ ବୋଲି ଡାକ୍ତର କହିଛନ୍ତି ।
ଏହା ସହିତ ରିପୋର୍ଟ ଆସିବାରେ ୫ ରୁ ୭ ଦିନ ଲାଗିବ ବୋଲି ମଧ୍ୟ ସେ କହିଛନ୍ତି । ଅପର ପକ୍ଷରେ ସନ୍ଧିଗ୍ଧଙ୍କ ସମ୍ପର୍କିୟ କହିଛନ୍ତି , ଗୁଜବ ଯୋଗୁଁ ଆଜି ଆମକୁ ହଇରାଣ ହେବାକୁ ପଡୁଛି । କାରଣ ଏମାନେ କାନାଡାରୁ ଆସିବା ସମୟରେ ଏୟାରପୋର୍ଟରେ ତାଙ୍କର ଯାଞ୍ଚ କରାଯାଇଛି ଓ କରୋନା ଆକ୍ରାନ୍ତ ନୁହେଁ ବୋଲି ରିପୋର୍ଟ ରହିଛି । କିନ୍ତୁ ଏହି ଘଟଣା ପ୍ରଚାରିତ ହେବା ପରେ ବଲାଙ୍ଗୀର ସହରରେ ଏହାକୁ ନେଇ ଲୋକେ କରନା ଭୟରେ ଆଶଙ୍କିତ ଥିବା ଦେଖିବାକୁ ମିଳୁଛି । ତେବେ ଲୋକେ ଅଯଥା ଗୁଜବରୁ ଦୁରେଇ ରହିବା ପାଇଁ ସାଧାରଣ ରେ ମତ ପ୍ରକାଶ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking