28.1 C
Bhubaneswar
Saturday, April 20, 2024
Homeଅପରାଧମହିଳାଙ୍କ ମୃତଦେହ ଉଦ୍ଧାର

ମହିଳାଙ୍କ ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ଯଶୀପୁର ପୋଲିସ । ଯଶୀପୁର ଥାନା ଅନ୍ତର୍ଗତ ବରେଇପାଣି ପଞ୍ଚାୟତ ଅନ୍ତର୍ଗତ ମାଟିଘାଟି ଗାଁ ଜଙ୍ଗଲ ନିକଟରୁ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ମହିଳାଙ୍କ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକମାନେ । ମୃତଦେହ ଉଦ୍ଧାର ପରେ ମଧ୍ୟ ମହିଳାଙ୍କ ପରିଚୟ ମିଳିପାରି ନାହିଁ । ତେବେ ମହିଳାଙ୍କ ମୃତଦେହ ପଡିଥିବା ସ୍ଥାନରେ ରକ୍ତ ଉବୁଟୁବୁ ହେଇଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ କିମ୍ବା ପୋଲିସ ମୃତ ମହିଳାଙ୍କ ପରିଚୟ ପାଇ ପାରୁନାହିଁ । ମୃତଦେହକୁ ଯଶୀପୁର ଥାନା ପୋଲିସ ଜବତ କରିବା ସହିତ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଇଛି । ଅନ୍ୟପଟେ ମୃତ ମହିଳାଙ୍କ ପରିପାଟି ଦେଖିଲେ ଜଣେ ପର୍ଯ୍ୟଟକ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉ ଥିବା ବେଳେ ଶିମିଳିପାଳ ବାସିନ୍ଦା ବୋଲି ମଧ୍ୟ ସ୍ପଷ୍ଟ ଜଣାପଡିନାହଁ । ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଥିବା ବେଳେ ଘଟଣାକୁ ନେଇ ପୋଲିସ ତଦନ୍ତଜାରୀ ରଖିଛି।
https://onakhabar.com/2020/03/14/constable-shoot-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking