30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶମଧ୍ୟପ୍ରଦେଶରେ ୧୫୦ ସିଟ୍ ଜିତିବ କଂଗ୍ରେସ: ରାହୁଲ ଗାନ୍ଧୀ

ମଧ୍ୟପ୍ରଦେଶରେ ୧୫୦ ସିଟ୍ ଜିତିବ କଂଗ୍ରେସ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆଜି ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ସହିତ ପ୍ରଦେଶର ବଡ ବଡ ନେତାଙ୍କ ବୈଠକ ବସିଥିଲା । ଏହି ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଡ ବୟାନ ରଖିଛନ୍ତି । ରାହୁଲ ଦାବି କରିଛନ୍ତି ଯେ,ଶେଷକୁ ହେବାକୁ ଥିବା ଏହି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ୧୫୦ରୁ ଅଧିକ ସିଟ୍ ଜିତିବ ।
ଦିଲ୍ଲୀରେ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମଧ୍ୟପ୍ରଦେଶର ତମାମ ନେତୃବୃନ୍ଦ ସାମିଲ ହୋଇଥିଲେ । ଏହି ବୈଠକରେ କଂଗ୍ରେସର ନେତାମାନେ ଏକଜୁଟ୍ ଥିବା ଦର୍ଶାଇଥିଲେ । ତେବେ ବୈଠକରେ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଆସନ୍ତା ମଧ୍ୟପ୍ରଦେଶ ନିର୍ବାଚନରେ ଦଳ ଏକଜୁଟ୍ ହୋଇ ନିର୍ବାଚନ ଲଢିବ ବୋଲି କଂଗ୍ରେସ ନେତା ପ୍ରତିକ୍ରିୟା ରଖିଛନ୍ତି ।ବୈଠକ ପରେ ରାହୁଲ ଗାନ୍ଧୀ କହିଛନ୍ତି, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି ୧୫୦ରୁ ଅଧିକ ସିଟରେ ଜିତିବ । କର୍ଣ୍ଣାଟକରେ ଆମକୁ ୧୩୬ ସିଟ୍ ମିଳିଛି । ମଧ୍ୟପ୍ରଦେଶରେ ହୋଇଥିବା ସର୍ଭେ ମୁତାବକ ଏଠାରେ କଂଗ୍ରେସ ୧୫୦ ସିଟ୍ ଜିତିବ । କର୍ଣ୍ଣାଟକରେ ଯାହା ହୋଇଛି, ମଧ୍ୟପ୍ରଦେଶରେ ମଧ୍ୟ ତାହା ରିପିଟ୍ ହେବ ବୋଲି ରାହୁଲ କହିଛନ୍ତି । ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆଜି କଂଗ୍ରେସ ନେତୃବୃନ୍ଦଙ୍କ ସହିତ କମଳନାଥ, ଦିଗବିଜୟ ସିଂହ, ଗୋବିନ୍ଦ ସିଂହ, ଅରୁଣ ଯାଦବ, ଅଜୟ ସିଂହ ସମେତ ବହୁ ଦିଗଜ୍ଜ ନେତା ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking