28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆସନ୍ତା ୪ ବର୍ଷରେ ଦେଶରେ ବିମାନ ବନ୍ଦର ସଂଖ୍ୟା ୨୦୦କୁ ବୃଦ୍ଧି ପାଇବ:ଜ୍ୟୋତିରାଦିତ୍ୟ ସିନ୍ଧିଆ

ଆସନ୍ତା ୪ ବର୍ଷରେ ଦେଶରେ ବିମାନ ବନ୍ଦର ସଂଖ୍ୟା ୨୦୦କୁ ବୃଦ୍ଧି ପାଇବ:ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଗତ ୬୮ ବର୍ଷ ମଧ୍ୟରେ ଦେଶରେ ୭୪ଟି ବିମାନବନ୍ଦର ପ୍ରତିଷ୍ଠା ହୋଇଛି, କିନ୍ତୁ ଗତ ୯ ବର୍ଷ ମଧ୍ୟରେ ଆମେ ବିମାନବନ୍ଦର, ହେଲିପୋର୍ଟ ଆଦି ସମେତ ୭୪ଟି ଅତିରିକ୍ତ ବିମାନ ବନ୍ଦର ପ୍ରତିଷ୍ଠା କରିଛୁ । ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ଦେଶର ବିମାନବନ୍ଦର ସଂଖ୍ୟା ୨୦୦କୁ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି ।ସେ କହିଛନ୍ତି, ବିମାନବନ୍ଦର ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ଆମେ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା ପ୍ରସ୍ତୁତ କରିଛୁ, ଯେଉଁଥିରେ ସରକାରୀ ଏବଂ ବେସରକାରୀ ପୁଞ୍ଜିନିବେଶ ଅନ୍ତର୍ଭୁକ୍ତ । ବର୍ତ୍ତମାନ ଦେଶର ୬ଟି ମହାନଗରର ସମୁଦାୟ କ୍ଷମତା ହେଉଛି ୨୨ କୋଟି ଯାତ୍ରୀଙ୍କୁ ପରିଚାଳନା କରିବା ।

ଯେତେବେଳେ ଜେଓ୍ଵାର ଏବଂ ନଭି ମୁମ୍ବାଇ ବିମାନବନ୍ଦର ପ୍ରସ୍ତୁତ ହେବ, ଆସନ୍ତା ୩ରୁ ୪ ବର୍ଷ ମଧ୍ୟରେ ଆମ ମେଟ୍ରୋର ଯାତ୍ରୀ ପରିବହନ କ୍ଷମତା ୪୨ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି ।ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଉତ୍ତର-ପୂର୍ବାଞ୍ଚଳକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଭିତ୍ତିଭୂମିରେ ଅଣାଯାଉଥିବା ପରିବର୍ତ୍ତନ ବିଷୟରେ ମଧ୍ୟ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking