38.1 C
Bhubaneswar
Saturday, April 20, 2024
Homeଓଡିଶାଗଛରେ ଚଢି ଯୁବକଙ୍କ ହାଇ ଡ୍ରାମା

ଗଛରେ ଚଢି ଯୁବକଙ୍କ ହାଇ ଡ୍ରାମା

ଭୁବନେଶ୍ବର : ସ୍ଥାନୀୟ ଲୋୟର ପିଏମଜିଠାରେ ସୋମବାର ଅପରାହ୍ନରେ ଏକ ବଡ଼ ଧରଣର ଅଘଟଣରୁ ଜଣେ ଯୁବକ ବର୍ତ୍ତି ଯାଇଛନ୍ତି । ଗଛରେ ଚଢ଼ି ଯୁବକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ତାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀମାନେ ।ଘଟଣାରୁ ପ୍ରକାଶ ଯେ, ହଠାତ୍ ଜଣେ ଯୁବକ ଲୋୟର ପିଏମଜିଠାରେ ଥିବା ଏକ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଏହାକୁ ସ୍ଥାନୀୟ ଲୋକ ଦେଖିବା ପରେ ତାଙ୍କୁ ବୁଝାସୁଝା କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ଘଟଣାସ୍ଥଳରେ ଲୋକାରଣ୍ୟ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking